ପୃଷ୍ଠା:Prachina Odia Kabita.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୪
ପ୍ରାଚୀନ ଓଡ଼ିଆ କବିତା
 

ୟେମନ୍ତ ସମୟେ ଏକ ପରିବାରୀ ଲକ୍ଷ୍ମୀଙ୍କି କହିଲେ ଯାଇଂ
ଆଗେ ବଳଭଦ୍ର ପଛେ ଜଗନ୍ନାଥ ମଧ୍ୟଂରେ ସୁଭଦ୍ରା ଦେଇ°, ଗୋ ମାୟେ |
ଚଳିଗଲେ ବଳଗଣ୍ଡି ଯାୟେ ଗୋ
ଆଗେ ଉଭା ଗଜପତି ରାୟେ ଗୋ
ତାଙ୍କ ସଙ୍ଗେ ସର୍ବ ଦେବତାୟେଗୋ | ।୧୭।
ଶୁଣି କମଳଣୀ କୋପେ ଗୁରୁତର ମୁଖ ଶୁଖାଇ° ବିରସ
ସରସ୍ୱତୀ ଦେବୀ ବିମଳା ସହିତେ ହକାରି ଆଣିଲେ ପାଶ, ସେ ଦେଖ ।
ଆଉ ଚାହିଂମେକି ଆମ୍ଭ ମୁଖ ଗୋ
ଏକା କରିଗଲେ ପଦ୍ମମୁଖ ଗୋ
ଆଉ ଲୋଡ଼ିଲେ କାହିଂଛି ସୁଖ ଗୋ । ।୧୮।
ତେଣୁ କରି ମୋତେ ଆଗୁଂ ତିଆରିଲେ ବେଳହୁ° ଥିଲେ ବିଚାରି
ବଢ଼ିଲା ଭୟେଣୀ ସଙ୍ଗେ ଘେନି କରି ଉପେଖିଲେ ନିଜ ନାରୀ, ଗୋ ସହି ।
ତାଙ୍କ ବିଚାର କିସ ଯୋଗାଇ° ଗୋ
ବୋଇଲେ ଆମ୍ଭେ ଯିବୁ° ଦୁଇ ଭାଇ° ଗୋ
ୟେବେ ସୋଭଦ୍ରା ରଙ୍ଗେ ଚଳଇଂ ଗୋ | । ୧୯ |
ତାଙ୍କ ବିଚାରେ ଶରଧାରେ ନ ନେଲେ ଲୋକେ ଶୁଣିବାକୁ ଲାଜ
ଛନ୍ଦ ଭୂମିକି ବଢ଼ାଇ ଘେନିଗଲେ ଅବଶ୍ୟ ଲଭିବେ କାର୍ଯ୍ୟ, ଗୋ ସଖୀ ।
ଆଜ ଜାଣନ୍ତା ହଳଦୀ ମୁଖୀ ଗୋ
ତୁମ୍ଭେମାନେ ହୋଇଥାଅ ସାକ୍ଷୀ ଗୋ
ମୋତେ କରିଗଲେ ନିରିମାଖି ଗୋ | ।୨୦।
ଦେଢ଼ଶୁର ମୋର ମଉନ କଣ୍ଠିଆ ମିଛେ ତୁନି ହୋଇଥାନ୍ତି
ଭଏଣୀ ନାରୀକି ସଙ୍ଗତରେ ଘେନି ଆଗେ ରଥ ବାହିଯାନ୍ତି, ଗୋ ଶୁଣ ।
ମୋତେ ବାଛୁଥାଅ ତାଙ୍କ ଗୁଣ ଗୋ
ଅବେଭାର କଲେ ନାରାୟଣ ଗୋ
ଭାଇ ଭଉଣୀଙ୍କର ଏ ଗୁଣ ଗୋ ।| ୨୧।
ବେନି ଭାଇଙ୍କର ମଧ୍ୟରେ ସୁଭଦ୍ରା ଦୋହି°ତା ପ୍ରାୟେ ଦିଶଇ
ଝାମ୍ପିଲା ବାଘୁଣୀ ଭାଇଙ୍କି ଘେନିଣ ତାଙ୍କୁ ନ ଦେଖିଲା କେହିଂ ଗୋ ସଜନୀ ।