ପୃଷ୍ଠା:Prachina Odia Kabita.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୭୫
 

ଲାଜେ ପଳାଇଲା ୟେ ରଜନୀ ଗୋ
ଉଠିଗଲେ ଭୟେଣୀ କି ଘେନି ଗୋ
ଉଠା ବଇ°ଠା ୟେ ହିନିମାନି ଗୋ || 99 |
ଆମ୍ଭ ମୁହାଂସ ଛଡ଼ାଇଂ ଜଗନ୍ନାଥ ଯିବାବେଳେ ନ କହିଂଲେ
ନୀଳଗିରି ଆଶ ନିଶ୍ଚୟେ ଛଡାଇ ଢିଙ୍କିଶାଳ ଆଶ କଲେ, ଗୋ ସଙ୍ଗାତ ।
ୟେବେ ଘରଣୀ ପାଇଲେ ତହିଂ ଗୋ
ତେଣେ ଘର କରିବେ ନିଶିନ୍ତ ଗୋ
ତାଙ୍କ ତା ଜାଣିଲା ସେ ମନଚିତ୍ତ ଗୋ | ।୨୩।
ମନ ଜାଣି କରି ଅନ୍ନ ପରଷିବା ମୁହିଂ ଚାହୁଂଥିବି ବସି
ଲକ୍ଷ୍ମୀଙ୍କ ବଚନ ଶୁଣି ସରସ୍ୱତୀ ବିମଳାଙ୍କୁ ଚାହିଁ ହସି, ଗୋ ପୋଡ଼ୁ ।
ୟେବେ ଭିଣୋଇଂ ହୋଇଲେ ସଡ଼ୁ ଗୋ
ବାହିଂ ଆଗେ ପିନ୍ଧାଇବେ ଖଡ଼ୁ ଗୋ
ଲାଜ ଚରୁରେ ଖାଇଲେ ଲଡୁ ଗୋ | |୨୪|
ୟେତେ କାଳଯାକ ଗୁପତରେ ଗଲା ଏବେ ହେଲାଣି ନିଅତ
କେମନ୍ତ କରି ଜନମୁଖ ଚାହିଂବେ ନାହିଂ ଲାଜ ବଳଖିତ, ଗୋ ମିତ ।
କିସ ବୋଲିବେ ତାଙ୍କୁ ଜଗତେ ଗୋ
ଲଜ୍ଜା ନ ପାଇ ମିଳିଲେ ୟେଥ ଗୋ
ମୋତେ କରିଗଲେ ଅରଖିତ ଗୋ । । ୨୫ ।
ମୋହନି ବିଦ ସେ ବାହେ ବାନ୍ଧିଥାଇ କେହି ନ ଜାଣନ୍ତି ସନ୍ଧି
ପାର୍ଥ ଧନୁର୍ଦ୍ଧର କଞ୍ଚିତେ ଭୁଲିଲା ୟେବେ ଭାଇଙ୍କି ସେ କଲା ବନ୍ଦୀ, ଗୋ ଚାଲ ।
କେହି ନ କଲ ତ ମୋର ବୋଲ ଗୋ
ୟେବେ ଦେଖିବ ମୋହର ବୋଲ ଗୋ
ଭେଟ ପଡ଼ିଲେ ସାରିବି ସଲ ଗୋ । ୨୬ |
ନିଜ ସେବକନ୍ତରାଇଂ କମଳଣୀ ହାନ୍ଦୋଳାରେ ବିଜେ କଲେ
କେତେଦୂର ଯାଇ° ଲୋକନ୍ତ ପଚାରି ବଳଗଣ୍ଡିଠାରେ ଭେଟ ହେଲେ, ସେ ଯାଅ ।
ମାରି ସେବକ ଲୋକ ଲୋଟାଅ ସେ
ରଥ ଭାଙ୍ଗ ତୁରିତେ ପକାଅ ସେ
ତୁମ୍ଭ ଜଗନ୍ନାଥକୁଂ ସେ କହ ଗୋ । ୨୭ |