ପୃଷ୍ଠା:Prachina Odia Kabita.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୮
ପ୍ରାଚୀନ ଓଡ଼ିଆ କବିତା
 

ଇନ୍ଦ୍ରଙ୍କୁ ଚାହିଂ ବୋଲନ୍ତି କମଳଣୀ ପଥର ପାଣି ବରଷ ନୂଆ କନ୍ୟା ଦେହ ଜଳା କରୁଅଛି ତାଙ୍କ ରଥ ଭାଙ୍ଗି ଆସ, ସେ ଶୁଣି ।

ଇନ୍ଦ୍ର, ବରଷନ୍ତି ବାଆପାଣି ସେ
ଭଲ ରହିଲା ଲକ୍ଷ୍ମୀଙ୍କ ବାଣୀ ସେ
ଶୀତେ କମ୍ପନ୍ତି ତିନି ପରାଣୀ ସେ | |୩୯।

ତିନ୍ତିବା ଦେଖି ବୋଲନ୍ତି କମଳଣୀ ଭିତରେ ସେ ନ ପଶନ୍ତୁ ନୂଆ ଘରଣୀ ଦେହ ଜଳାହେଉଅଛି ତାଙ୍କ ସାନଭାଇ ସଙ୍ଗେ ତିନ୍ତୁ, ସେ ତହି° ।

ଦାସୀ କବାଟ ପୁଡ଼ାୟେ ଫେଇ° ସେ
ଭାଇ ଭଉଣୀ ତିନ୍ତନ୍ତୁ ରହିଂ ସେ
ବଳଦେବ ଭିତରକୁ ଯାଇ° ସେ | ।୪୦।

ଗୋବିନ୍ଦ ବୋଲନ୍ତି ଶୁଣ ଗୋ କମଳା ଆମ୍ଭେ କଲୁଂ କେଉଂ ଦୋଷ ୟେକା ହୋଇଂ ଆମ୍ଭେ ଦ୍ୱାରେ ତିନ୍ତୁ ଅଛୁ ବରଷକରେ ବିଶେଷ, ସେ କହ ।

ଦାସୀ କବାଟ ପୁଡ଼ାଏ ଫିଟାଅ ଗୋ
ଦୋଷ କମଳଣୀ କି ଜଣାଅ ଗୋ
ଶୀତେ କମ୍ପୁଅଛି ଆମ୍ଭ ଦେହ ଗୋ । | ୪୧ |

ଉତ୍ତର ନ ଦେଇ ଦେବୀ କମଳଣୀ ପଲଙ୍କେ ଶୁତିଲେ ଯାଇ° ସର୍ବ ଅଳକାଂର ଘେନ ଜଗନ୍ନାଥ ଦାସୀ କି ଦେଲେ ବଢ଼ାଇ, ସେ ଦାସୀ ।

ତାଙ୍କୁ ଅଳକାଂର ନେଇ ଦିଅସି ଗୋ
ତାଙ୍କୁ ବିନୟୀ କହ ଆଶ୍ୱାସି ଗୋ
ତାଙ୍କ ମନ ଯେବେ ହୋୟେ ତୋଷି ଗୋ । । ୪୨ ।

ହାଥେ ହାଥେ ଲାଞ୍ଚ ପାଇ ଦାସୀମାନେ କବାଟ ପୁଡ଼ାୟେ ଫେଇଂ ଧାଇ° ଜଗନ୍ନାଥେ ଭିତରେ ପଶିଲେ ଲକ୍ଷ୍ମୀକ° ଭେଟିଲେ ଯାଇ°, ସେ ଭବାନୀ ।

କିପାଂ କରୁଅଛ ଅଭିମାନି ଗୋ
ମଥା ଟେକିଣ ଚାହାଂ ସଜନୀ ଗୋ
ଭଲ ଉପାଧି ଆସିଛୁ ଘେନି ଗୋ | ।୪୩।

ମଥା ପୋତିକରି ଦେବୀ କମଳଣୀ ଝିଙ୍ଗାସି କହେ ବଚନ ନୂଆ ଘରଣୀ ପାଇଂ ୟେତେକାଳେ ତାକୁ ଦିଅ ଅଳଙ୍କାର, ହେ ମାଧବ ।