ପୃଷ୍ଠା:Prachina Odia Kabita.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
79
 

ତୁମ୍ଭ ଭୟେଣୀ ବଡ଼ ସୁଲଭ ହେ
ତାଙ୍କୁ ସୁନ୍ଦର ବଡ ସୁଲଭ ହେ
ତୁମ୍ଭେ ଭୟେଣୀ ସଙ୍ଗରେ ଭାବ ହେ । ।୪୪।
ଭଲ ଘରଣୀ ପାଇଲ ୟେତେକାଳେ ଯିବାବେଳେ ନ କହିଂଲ
କେଉଁ ଅପରାଧୀ ହେଲି ତୁମ୍ଭଠାରେ ନାନା କଷ୍ଟ ଦେଇଗଲ, ହେ ମାଧବ ।
ତୁମ୍ଭେ ନିର୍ଦ୍ଦୟା ପାଷାଣ ଭାବ ହେ
କେଉଂ ନବରେ ଘର କରିବ ହେ
ଦିନେ ମୋତେ ମନେ କରୁଥିବ ହେ । ।୪୫।
ତୁମ୍ଭେ ଗଲାଦିନୁ ଅନେକ ଅବସ୍ଥା ସନ୍ଧ୍ୟାଦୀପଠାରୁ ନାହିଂ
କଳମ ଶାଗକୁ ଦାଳୁଅ ଚାଉଳ ୟେହା ସେ ଗଲ ଭିଆଇ, ହେ କାହ୍ନୁ |
ବଡ଼ ଦୁଃଖ ତୁମ୍ଭ ଗଲାଦିନୁ ହେ
ଦଣ୍ତେ ବିସୋର ନ ଯାଇଂ ମନୁ
ତୁମ୍ଭେ ନିର୍ଦ୍ଦୟା ପାଷାଣ ତନୁ ହେ ।।୪୬।
ଯାତ୍ରାକଲୁ ଆମ୍ଭେ ଯହି°ର ନିମନ୍ତେ ତୁମ୍ଭେ ଶୁଣ ଗୋ ସଙ୍ଗାତ
ବଳି ବିଭୀଷଣ ଦର୍ଶନ ନିମନ୍ତେ ପୂର୍ବେ କରିଅଛୁ ସତ୍ୟ, ହେ ମିତ ।
ତାଙ୍କ ପାଇଂ ସେ ଗୁଣ୍ଡିଚା ଯାତ ହେ
ବେଢ଼ି ଦେଖିଲେ ତିନି ଜଗତ ଗୋ
ତାକୁଂ କରି ଅଇଲୁ ମୁକତ ଗୋ । |୪୭।
ଭଗତ ବଚନ ଲଘି° ତ ନ ପାରି ତହି° ପାଇ° ଗଲି ଧାଇ°
ନବଦିନ ଆମ୍ଭେ ପରବାସ କଲୁ ଆମ୍ଭ ମନ ଯେ ତୁମ୍ଭରି ତହି°, ଗୋ ପ୍ରାଣ ।
କେତେ କରୁଅଛ ଅଭିମାନ ଗୋ
ସଖୀ ଛାଡ ତୋ ମନୁ ଗୁମାନ ଗୋ
କିମ୍ପା ମୋହଠାରେ ଅଭିମାନ ଗୋ | ।୪୮।
ବୋଲନ୍ତି କମଳା ଶୁଣ ପଦ୍ମମୁଖ ତୁମ୍ଭେ ରସିକ ସିହାଣ
ଆପଣା ଇଛାୟେ କହିଂ ଆଣୁଂଅଛ ତୁମ୍ଭ ନୂଆକନ୍ୟାଙ୍କର ଗୁଣ, ହେ ନାଥ ।
ତାଙ୍କୁ ପ୍ରଦାନ ହୋଇଲା ପାର୍ଥ ହେ
ତୁମ୍ଭେ ତାଙ୍କୁ ନେଲ ସଙ୍ଗତର ହେ
କିସ ବୋଲିବେ ଜଗତ ଲୋକ ହେ । ।૪୯।