ପୃଷ୍ଠା:Prachina Odia Kabita.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୦
ପ୍ରାଚୀନ ଓଡ଼ିଆ କବିତା
 

ତୁମ୍ଭେ ବଡ଼ ଲୋକ କୁଳରେ ଜନମ ଲାଜ ନାହିଁ ନା ତୁମ୍ଭରି
ଗୁଣ୍ଡିଚା ନବରେ ଘର କରିବାକୁ ଆସିଅଛ କଥା ଭାଳି, ହେ ହରି ।
ତୁମ୍ଭେ ତିନି ହେ ତ‌ହିଂ ବିଚାରି ହେ
ନିଶ୍ଚେ ଛାଡ଼ିଲ ତ ନୀଳଗିରି ହେ
ବେଗେ ଦିଆଅ ଡେଙ୍ଗା ପାଚେରୀ ହେ | | ୫° ।
ଲକ୍ଷ୍ମୀଙ୍କଠାରୁ ନିରାଶ ବାଣୀଶୁଣି ଉଠିଲେ ମଧୁସୂଦନ
ରତ୍ନ ଅଳକା°ର ଘେନି ଜଗନ୍ନାଥ ଅଙ୍ଗରେ ଦେଲେ ମଣ୍ଡିଣ, ସେ କାହ୍ନୁ ।
ଅଷ୍ଟରତ୍ନେ ମଣ୍ଡିଦେଲେ ତନୁ ସେ
ରୋଷ ଛାଡ଼ିଲା କମଳା ମନୁ ସେ
ଅନ୍ୟ ଲକ୍ଷ୍ୟ ନୋହେ କୃଷ୍ଣ ବିନୁ ସେ | ।୫୧ |
ଲକ୍ଷ୍ମୀ ଅଭିମାନ ଦେଖି ଜଗନ୍ନାଥ କୋଳେ ବସାଇଂଲେ ଆଣି
କମଳମୁଖୀ କମଳାକୁଂ ବୋଧନ୍ତି ଶୁଣିମା ମଧୁର ବାଣୀ, ଗୋ ସଖୀ ।
କିମ୍ପା ହୋଉ°ଅଛ ୟେଡ଼େ ଦୁଖି ଗୋ
ଆମ୍ଭେ କ୍ରୋଧ ତୋ ଅବସ୍ଥା ଦେଖି ଗୋ
ବାରେ ହସି ଚାହା° ଚନ୍ଦ୍ରମୁଖୀ ଗୋ । । ୫୨ ।
ସକଳ ସଂସାରେ ଖେଡ଼ଘର ଯାର ଶ୍ରୀହରି ଭିଆଣ ନୀଳା
ଯାର ନୀଳାରେ ହେଠମାଥ ଶଙ୍କର ତହି° ଭିନ୍ନ କମଳା, ସେ ନରେ ।
ଲକ୍ଷ୍ମୀ ପଡ଼ିଲେ ପଦ୍ମପାଦରେ ସେ
ବିଜେ ରତ୍ନପଲଙ୍କ ଉପରେ ସେ
ପଦ୍ମମୁଖ ଚାହାନ୍ତି ସଧିରେ ସେ | ।୫୩।
ଯେହୁ ନିତ୍ୟେ ସେହୁ ଶ୍ରୀ ପୁରୁଷୋତ୍ତମ ପ୍ରେମପଦ ଯେ ପ୍ରକାଶ
ଭଗତ ପଦରେ ନୀଳା କରିଛନ୍ତି ଭଣେ ଜଗନ୍ନାଥ ଦାସ, ସେ ତହିଁଂ ।
ବ୍ରହ୍ମା ଶଙ୍କରେ ଅଛନ୍ତି ଧ୍ୟାଇ° ସେ
ଲକ୍ଷ୍ମୀନାରାୟେଣ ଭେଟ ହୋଇ° ସେ
କୋଟି କଳ୍ପ ଗଲେ ଶେଷ ନେହିଂ ସେ | | ୫୪ |