ପୃଷ୍ଠା:Prachina Odia Kabita.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦ମ-୧୪ଶ ଶତାବ୍ଦୀ

        ହେରି ସେ କାହ୍ନୁ ନିଅଡ଼ି ଦିନଭର ବଟ୍‌ଟଇ
        ଭଣଇ କାହ୍ନୁ ମୋହି ଅହି ନ ପଇସଇ ।

[ଆଳିଏଁ-ଭ୍ରମର; ଗୋଅର-ଗୋଚର; ଉଆସ-ଆବାସ ଓ ଉଦାସ; ଅବଣା ଗବଣେ-ଗମନାଗମନେ; ନିଅଡ଼ି-ନିକଟେ; ମୋହି ଅହି-ମୋ ହିଆରେ]

(୪)

(ରାଗ-ପଟମଞ୍ଜରୀ)

ଲୁଇ ପାଦାନାମ୍-

        କାଆ ତରୁବର ପଞ୍ଚ ବି ଡାଳ
        ଚଞ୍ଚଳ ଚିଏ ପଇଠା କାଳ ।
        ଦିଢ଼ କରିଅ ମହାସୁହ ପରିମାଣ
        ଲୁଇ ଭଣଇ ଗୁରୁ ପୁଛିଅ ଜାଣ ।
        ସଅଳ ସମାହିଅ କାହିକରି ଅଇ
        ସୁଖ ଦୁଖେତେଁ ନିଚିତ ମରିଅଇ ।
        ଏଡ଼ି ଏଉ ଛାନ୍ଦକ ବାନ୍ଧି କରଣକ ପାଟେର ଆସ
        ସୁନ ପାଖ ଭିତି ଲେହୁରେ ପାଶ ।
        ଭଣଇ ଲୁଇ ଆମ୍ ହେ ଝାଣେ ଦିଠାଁ
        ଧମଣ ଚମଣ ବେଣି ପିଣ୍ଡ ବଇଠା ।

[କାଆ-କାୟା। ଚିଏ-ଚିତ୍ତେ; ସଅଳ-ସକଳ; ସମାହିଅ-ସମାଧିତ; ସୁନ-ଶୂନ୍ୟ; ଝାଣେ-ଧ୍ୟାନେ]

(୫)

(ରାଗ-ପଟମଞ୍ଜରୀ)

ଲୁଇ ପାଦାନାମ୍-

        ଭାବ ନ ହୋଇ ଅଭାବ ଣ ଜାଇ
        ଅଇସ ସଂବୋହେ କୋ ପତିଆଇ ।