ପୃଷ୍ଠା:Prachina Odia Kabita.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୨
ପ୍ରାଚୀନ ଓଡ଼ିଆ କବିତା
 

ଅତି ମନୋହର ଗଭା, ଅୟଁଳାର ଫୁଲ ଦିଶଇ ଶୋଭା ଗୋ,
ଚାଲ ସମସ୍ତେ ତୋଳିବା ସଜନୀ ଗୋ |
ବଉଳ ଫୁଲକୁ ତୋଳ, ମାଳେ ମାକେ ଗୁନ୍ଥି ଘେନ ସକଳ ଗୋ,
କରିବା ବରଣ ମାଳ, ସଜନୀ ଗୋ । | ୩୦ |
କିଆ ଫୁଲ ଦେଖ ସହି, କନ୍ଦର୍ପ କରତ ପ୍ରାୟେ ଦିଶଇ ଗୋ,
ନ ଛୁଅଁ ଏହାକୁ କେହି, ସଜନୀ ଗୋ ।
କେତକୀ ଫୁଲକୁ ତୋଳ, ପାଖୁଡ଼ା ଶୋଭା ବିନୋଦିଆ ଚୂଳ ଗୋ,
ମଣ୍ଡିବା ବେଢ଼ି ସକଳ, ସଜନୀ ଗୋ ।
ଏମନ୍ତେ ସକଳ ଗୋଈ, ତୁଳସୀ ନିକଟେ ମିଳିଲେ ଯାଇଁ ଗୋ,
ବିଚାରନ୍ତି ସର୍ବେ ରହି, ସଜନୀ ଗୋ ।
ଏହାର ନାମ ତୁଳସୀ, ଯେବେ ନେବ କୃଷ୍ଣ ହୋଇବେ ତୋଷି ଗୋ,
ଦେଇ ହେବା ସର୍ବେ ଦାସୀ, ସଜନୀ ଗୋ ।
ସ୍ତମ୍ଭନ ମୋହନ ବଶ, ଏ ସିନା ଜାଣଇ ସକଳ ରସ ଗୋ,
କୃଷ୍ଣକୁ କରି ବଶ୍ୱାସ, ସଜନୀ ଗୋ । ।୪୦।
ମନ୍ଦାର ଫୁଲ ଏ ତୋରା, ଦେଖିଣ ମତି ହେଉଛି ଅଧୀରା ଗୋ,
କୃଷ୍ଣଙ୍କୁ ମଣ୍ଡିବା ପରା, ସଜନୀ ଗୋ ।
ଏମନ୍ତେ କୁସୁମ ତୋଳି, ବାଲି କୁଦେ ଯାଇଁ ବସିଲେ ବାଳୀ ଯେ,
ଗୁନ୍ଥନ୍ତି କୁସୁମମାଳୀ, ସଜନୀ ଗୋ |
ଶ୍ୱେତ, ପୀତ ରଙ୍ଗ ନୀଳ, ନାନାବର୍ଣ୍ଣେ ବସି ଗୁନ୍ଥିଲେ ମାଳ ସେ,
ଦେଖି ନ ରହିବ କୂଳ, ସଜନୀ ଗୋ ।
ଘେନିଣ କୁସୁମମାଳ, ବିହରନ୍ତି ବନେ ନାଗରୀକୂଳ ଯେ,
ଯେହ୍ନେ ରାଜହଂସ ଦଳ, ସଜନୀ ଗୋ ।
ହୁଳହୁଳିମାନ ଦେଇ, ଫୁଲ ଗୁନ୍ଥୁଛନ୍ତି ସକଳ ଗୋଈ ଯେ,
କୃଷ୍ଣଙ୍କୁ ମଣ୍ଡିବା ପାଇଁ, ସଜନୀ ଗୋ | | ୫° ।
ପଛେ ଦାସ ଜଗନ୍ନାଥ, ଫୁଲତୋଳାଠାରେ ଯୋଡ଼ିଛି ହସ୍ତ ସେ,
ଦେଖିଲେ ହେବ କୃତାର୍ଥ, ସଜନୀ ହେ ।