ପୃଷ୍ଠା:Prachina Odia Kabita.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୮
ପ୍ରାଚୀନ ଓଡ଼ିଆ କବିତା
 

ଆହାର ପାଣି ଯେତେବେଳେ | ମୁଁ ହିଁ ଭୁଞ୍ଜଇ ବୃକ୍ଷଡାଳେ ।
ତେବେ ସେ ଭୁଞ୍ଜେ ମୋ ଘରଣୀ । ମୋ ବିନୁ ନ ଭକ୍ଷଇ ପାଣି ।୧୪୦।
ସେ ମୋତେ ଛାଡ଼ି ଗୃହ ମଧ୍ୟେ । ସ୍ୱର୍ଗେ ଚଳିଲା ମନସାଧେ ।
ସକଳ ସୁଖ ମୋର ଗଲା । ପୁତ୍ର ସଙ୍ଗତେ ପତ୍ନୀ ମଲା ।
ଏମନ୍ତେ ବୋଲଇ ବିଳାପେ | କାନ୍ଦଇ ଅତି ମନସ୍ତାପେ ।
ଜୀବନ ନ ପାରିଲା ଧରି । ଜାଲେ ପଡ଼ିଲ ହା ହା କରି ।
ଦେଖି ଶବର ତୋଷମନ । ପିଞ୍ଜରେ ଥୋଇଲା ବହନ ।
କପୋତ କପୋତୀ ବାଳକ । ଘେନିଣ ଚଳଇ ଲୁବ୍‌ଧକ ।
ବେଗେ ମିଳଲା ନିଜ ପୁରେ । ଶୁଣ ରାଜନ ତୋଷଭରେ ।
ଏ ରୂପେ ସ୍ନେହ ଅବଲମ୍ବୀ । ସଂସାରେ ବନ୍ଦୀ ଯେ କୁଟୁମ୍ବୀ ।
ଦୁଃଖ ସହଇ ଏ ଶରୀରେ । ନିତ୍ୟେ କୁଟୁମ୍ବ ପୋଷିବାରେ ।
ନିରତେ ଆକୁଳ ହୃଦୟ । ଏଣୁ ବୋଲାଇ ଦୁଖମୟ । ୧୫୦।
ଧର୍ମେ ବଞ୍ଚିତ କଳେବର । ମଜ୍ଜଇ ଏ ଘୋର ସଂସାର ।
ତୁ ଏବେ ବୁଝ ମୋ ବଚନ । ହେ ରାଜା ସ୍ଥିର କରି ମନ ।
ଦେଖ ମନୁଷ୍ୟ ଦେହ ମୋର | କେବଳ ମୁକତିର ଦ୍ୱାର ।
ଏ ଦେହ ପାଇ ମହୀତଳେ । ହେଳେ ତରନ୍ତି ଭବଜଳେ ।
ଦୁର୍ଲ୍ଲଭେ ପାଇ ଏ ଶରୀର । କୁଟୁମ୍ବେ ଦୃଢ଼ ମତି ଯା'ର ।
ଦିନ ବଞ୍ଚଇ ଦୁଃଖ ସୁଖେ । ଅନ୍ତେ ପଡ଼ଇ କୁମ୍ଭୀପାକେ ।
ଏ ଭାବେ ବୁଝିଲି ସଂସାର । ଏଣୁ କପୋତ ଗୁରୁ ମୋର |
ଆନନ୍ଦେ କହେ ଅବଧୂତ । ଶୁଣ ହୋ ଯଦୁ ନୃପନାଥ ।
ସକଳ ସ୍ଥାନେ ମହୀ ଭ୍ରମେ | ମୁଁ ଥାଇ ଅଜଗର ଧର୍ମେ ।
ସ୍ୱର୍ଗ ନରକ ବେନି ବାଣୀ । ମୁଁ ଏହା ଏକ ଧର୍ମେ ଜାଣି । ୧୬୦।
ଏଣୁ ମୋ ଦୁଃଖ ସୁଖ ଏକ । ସମ ମଣଇ ସର୍ବଲୋକ ।
ଆହାରେ ଭଲମନ୍ଦ ନାହିଁ । ଯେ ସ୍ଥାନେ ଯେମନ୍ତ ମିଳଇ ।
ସନ୍ତୋଷେ କରଇ ଆହାର । ତେଣୁ ବଚାର ନାହିଁ ମୋର |
ଅଳପ ବହୁତେ ସନ୍ତୋଷ । ନ ମିଳେ କରେ ଉପବାସ ।
କର୍ମ କଷଣ ଦେହ ସହେ । ଅରଣ୍ୟେ ଅଜଗର ପ୍ରାୟେ |
ସମ ମଣଇ ଦୁଃଖ ସୁଖ । ଅନ୍ତରେ ନ ହୋଇ ବିମୁଖ ।