ପୃଷ୍ଠା:Prachina Odia Kabita.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୦
ପ୍ରାଚୀନ ଓଡ଼ିଆ କବିତା
 

ଲୁବ୍‌ଧକ ଗୀତ ଶୁଣି କର୍ଣ୍ଣେ । ଯେସନ ମୃଗ ମରେ ବନେ |
ଏଣୁ ନ ଶୁଣି ଗ୍ରାମ୍ୟଗୀତ । ବୁଲଇ ଜ୍ଞାନେ ଦେଇ ଚିତ୍ତ ।
ସଙ୍ଗୀତ ବାଦ୍ୟ ନୃତ୍ୟରଙ୍ଗେ । ଅରଣ୍ୟେ ବେଶ୍ୟାଗଣ ସଙ୍ଗେ ।
ଚିତ୍ତେ ତାହାଙ୍କ ଭାବ ଘେନି । କାନନେ ଋଷ୍ୟଶୃଙ୍ଗ ମୁନି ।
ବନ୍ଦୀ ହୋଇଲେ କାମପାଶେ । ଶ୍ରବଣ ଇନ୍ଦ୍ରିୟ ଲାଳସେ ।
ଏଣୁ ମୁଁ ମୃଗ ଗୁରୁ କରି । ଭ୍ରମେ ଭ୍ରୂକୁଟି ରୂପ ଧରି । ୨୦୦।

('ଭାଗବତ', ଏକାଦଶ ସ୍କନ୍ଦ,
 
ଅଷ୍ଟମ ଓ ନବମ ଅଧ୍ୟାୟରୁ ଗୃହୀତ ))