Jump to content

ପୃଷ୍ଠା:Pratham Purush.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶର ପକ୍ଷୀ ସବୁ ଆସିବେ ମୋ ପଞ୍ଜୁରୀକୁ
ମୁଁ କହିବି ରାତି ଏବଂ ସୂର୍ଯ୍ୟ ଅସ୍ତ ଯିବ

ସେ ମୁଖା ମିଳିଲା ନାହିଁ
ମୋର ମୁଖା ସବୁ
ଛୋଟ ଛୋଟ ବିସ୍ମୟ କେବଳ
ନିତାନ୍ତ ମାମୁଲି ହସ
ଉଦାସୀନ ଆନନ୍ଦ ଓ କ୍ଳୀବ ଅଭିମାନ
ଅତି କ୍ଷୀଣ ଆର୍ତ୍ତନାଦ ଓ ନପୁଂସକ ରୋଷ
ମୋର ମୁଖା ସାମାନ୍ୟ ପ୍ରେମ
ଓ ଅତି ସାଧାରଣ ବିରହ ସକଳ

ସେ ମୁଖା ମୁହଁରେ ପିନ୍ଧି
ଅତିଥି ସତ୍କାର କରେ ମନ୍ତ୍ର ପଢ଼େ
ପତ୍ନୀ ଓ ପ୍ରେମିକାକୁ ପ୍ରେମ କରେ
ଆକାଶକୁ କେବେ କେବେ କଥା କହେ
ତାରାଙ୍କୁ ଅନାଏ
ମଣିଷଙ୍କ ଗହଳିରେ ହଜିଯାଏ ଅତି ସହଜରେ

ମୋ ବୟସ ବଢ଼ିଯାଏ
ଗୋଟିଏ ମୁଖାରୁ ପୁଣି ଅନ୍ୟ ମୁଖାକୁ ଯାଏ
ଗୋଟିଏ ଛଳନାଠାରୁ ଅନ୍ୟ ଏକ ଛଳନାକୁ
ଛଦ୍ମବେଶ ଉହାଡ଼ରୁ
କେହି କେହି ଚେଷ୍ଟା କରିଥାନ୍ତି

୧୬ । ପ୍ରଥମ ପୁରୁଷ