ପୃଷ୍ଠା:Pratham Purush.pdf/୩୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଠରୀ

 ମୋ ଶୋଇବା ଘର ଏକ ଜଉ ଘର ଭଳି
 ଅନେକ ଇଚ୍ଛାର ନିଆଁ ଦପ୍ ଦପ୍
 ଜଳୁଛି ଲିଭୁଛି ଜଳୁଛି ଲିଭୁଛି
 ଏ ଘରର କାନ୍ଥ ନାହିଁ
 ବ‌ହିର ନାୟିକାମାନେ ନାରୀ ହୋଇ
 ଘରକୁ ଆସନ୍ତି ଯାଆନ୍ତି
 ଅସରନ୍ତି ଶୋଭାଯାତ୍ରା କରି
 ଅଶ୍ଳୀଳ ବ‌ହିର ଯେତେ ଅବାସ୍ତବ ରୂପକଥା
 ଏଇ ଘରେ ଜୀବନ ନିଅନ୍ତି
 ଅନେକ ଦେହର ଛବି ଏକତ୍ରିତ ହୋଇ
 ଅସମ୍ଭବ ବନ୍ଧନରେ ଛନ୍ଦି ହୋଇ ଛାତରୁ ଝୁଲନ୍ତି
 ମୋ ପାଖରୁ ବସି କେତେ
 କଳା ଓ ରହସ୍ୟମୟୀ ଝିଅମାନେ
 ଗୁଣୁ ଗୁଣୁ କରିଥାନ୍ତି ସେମାନଙ୍କ ଅଭିଳାଷମାନ
 ଶୁଣିଥିବା ଆନଙ୍କର ଅନେକ ଆଶାରେ
 ରାତି ଆସେ ନିଃଶଙ୍କ ଓ ଅନାୟାସ
 ଆକାଶର ପଲଙ୍କରେ ଜ‌ହ୍ନ ଶୋଇଗଲେ
 କୋଠରୀରେ ଭରିଯାଏ
 ସେ ନିଆଁର ଘନିଷ୍ଠ ଉତ୍ତାପ
 ନିଜ ବିଛଣାରେ ମୁଁ ନିଜକୁ
 ସମ୍ରାଟର ସମ୍ମାନ ଜଣାଏ
 ପୁଣି ଶୋଇଯାଏ