ଓ ଭିତରେ । ତାର ସ୍ଥିତି ଏକ ‘ଶବ’ର ସ୍ଥିତି । ସେ ବନ୍ଧୁହୀନ ଅନିକେତ ଶରଣାର୍ଥୀତୁଲ୍ୟ । ତାର ଜୀଇଁ ଥିବା ସମୟତକ କର୍ମ ପାଇଁ, ବନ୍ଧୁତା-ସମ୍ପ୍ରୀତି ପାଇଁ, ଏପରିକି ପ୍ରେମ ବା ଜୀଇଁ ରହିବା ପାଇଁ ସୁଦ୍ଧା ଅନୁକୂଳ ନୁହେଁ । ସେ ସମସ୍ତଙ୍କୁ ସନ୍ଦେହ କରେ, ଏପରିକି ତାରି ଶଯ୍ୟରେ ଶାୟିତା ତାର ସଙ୍ଗିନୀକୁ ମଧ୍ୟ -
ସେ କି ମୋର ଜୀବନ ସଙ୍ଗିନୀ
ଅଥବା ସେ ଅକସ୍ମାତ ବନ୍ଧୁ ମୋର
ସେଦିନ ସନ୍ଧ୍ୟାର
ମୁଁ ତାର ଦେହର ବାର୍ତ୍ତା ପଢ଼ିବାକୁ ଖୋଜେ
ସେ କି ଖାଲି ମାଂସ ଆଉ କାମନାର
ଅବା ମୋର ରୋଗଗ୍ରସ୍ତ ମନର ବିକାର
ଆଧୁନିକ ମଣିଷ ନିଳକୁ ଢାଙ୍କିବା ପାଇଁ 'ମୁଖା' ଖୋଜେ, ଯେଉଁ ମୁଖାର ଆଢୁଆଳରେ ତାର ପୌରୁଷର ସମସ୍ତ ଖର୍ବତା ଲୁଚିଯିବ ଓ ସେ ଛଦ୍ମ ପୌରୁଷ ଜାହିର କରିପାରିବ-
ମୁଁ ଏମିତି ମୁଖା ଖୋଜୁଥିଲି
ତା ଆଖିର ଇଷତ ନୀଳରେ
ଯେତେକ କୁଆଁରୀ ଝିଅ
ସବୁ ମୋର ବଶୀଭୂତ ହେବେ
ମୁଁ କହିବି ରାତି ଏବଂ ସୂର୍ଯ୍ୟ ଅସ୍ତ ଯିବ
ମୋ ବୟସ ବଢ଼ିଯାଏ
ଗୋଟିଏ ମୁଖାରୁ ଖାଲି ଅନ୍ୟ ମୁଖାଯାଏ
ଗୋଟିଏ ଛଳନାଠାରୁ ଅନ୍ୟ ଛଳନାକୁ
ତାର ମୁଖା ସର୍ବସ୍ୱ ବିଭକ୍ତ ବ୍ୟକ୍ତିତ୍ୱ (Split Personality) ସେ ନିଜେବି ଚିହ୍ନି ପାରେ ନାହିଁ ଏବଂ ଆତ୍ମ ପ୍ରତାରଣାରତ ହୋଇ ନିଜକୁ ସାନ୍ତ୍ୱନା ଦିଏ ।