Jump to content

ପୃଷ୍ଠା:Pratham Purush.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଖି କେବଳ ଭଲକୁ ଦେଖିବି' ସଦୃଶ ସସ୍ନେହ ଦୃଷ୍ଟି ମଧ୍ୟରେ ରୂପ ପାଇଛି ।
“ତାଙ୍କ ଜୀବନରେ କୌଣସି କାର୍ଯ୍ୟ ଅସୁନ୍ଦର ବା ସାଧାରଣ ଭାବରେ କରିବା ସପକ୍ଷରେ ଜଗନ୍ନାଥ ପ୍ରସାଦ କେବେ ନଥିଲେ । .... ଏହି କବିତା ସଂକଳନର ମୁଦ୍ରଣଠାରୁ ଆରମ୍ଭ କରି ପ୍ରଚ୍ଛଦ ପର୍ଯ୍ୟନ୍ତ ସବୁଠି ଜିନିଷ ନିଷ୍ଠାର ସହିତ ଓ ସୁନ୍ଦର ଭାବେ କରିବାର ଆଗ୍ରହ ଛଡ଼ା ଆଉ କିଛି ନାହିଁ ବୋଲି ମୋର ଅଭିମତ ।
“ବହୁତ ଅଳ୍ପ ଲୋକ ଜାଣନ୍ତି ଯେ ଏକ କାଳରେ ଜଗନ୍ନାଥପ୍ରସାଦ ତାଙ୍କର ଜଣେ ସମସାମୟିକ ତରୁଣ କବି ରମାକାନ୍ତ ରଥଙ୍କଠାରୁ ବେଶୀ ପ୍ରତିଭାଶାଳୀ କବି ଅଲେ ବୋଲି ଅନେକଙ୍କ ଧାରଣା ।
"ଅନେକ ଦିନ ନିରବ ରହିବା ପରେ ପୁଣି ଥରେ କବିତାକୁ ଫେରିବା ଯେତେଟା ସହଜ ମନେହୁଏ ସେତେ ସହଜ ପ୍ରକୃତ ପକ୍ଷରେ ନୁହେଁ । ....ତାଙ୍କର ପ୍ରତ୍ୟାବର୍ତ୍ତନ ..ଏକ ଘରବାହୁଡ଼ା...
"ଏକ କଥାରେ କହିବାକୁ ପଡ଼ିବ ଯେ ଅନେକ ଅଳ୍ପ କବି ପ୍ରଥମ ସଂକଳନରେ ଏତେ ସମ୍ଭ୍ରାନ୍ତ କବିତା ଲେଖି ପାରନ୍ତି । ..ଓଡ଼ିଆ କାବ୍ୟ ଭାଷାରେ ସମ୍ଭ୍ରାନ୍ତ୍ୟ ଏକ ଅତ୍ୟାବଶ୍ୟକୀୟ ଓ ଦୁର୍ଲଭ ବସ୍ତୁ ଅଟଇ । ଜଗନ୍ନାଥପ୍ରସାଦ ..ସେଇ ଦୁର୍ଲଭ ବସ୍ତୁରେ ବ୍ୟବସାୟ କରିଅଛନ୍ତି ।"
ପ୍ରଖ୍ୟାତ ଗାଳ୍ପିକ ଶ୍ରୀ ଅଖିଳମୋହନ ପଟ୍ଟନାୟକ, 'ବହିର ପ୍ରଚ୍ଛଦପଟ' ଓ 'ପରମ୍ପରାମୁକ୍ତ ବନ୍ଧେଇ ସାଇଜ୍' ଠାରୁ ଆରମ୍ଭ କରି କବିତାର ଆତ୍ମା ଓ ଅଙ୍ଗ ପର୍ଯ୍ୟନ୍ତ ବିସ୍ତୃତ ଉପାଦାନର ବିଶ୍ଳେଷଣ କରିଛନ୍ତି । ତାଙ୍କ ମତରେ କବିତାଗୁଡ଼ିକ କବିଙ୍କର ନିଜସ୍ୱ 'ଆଶା, ନିରାଶା, ଦ୍ୱନ୍ଦକୁ ନେଇ ରଚିତ’ ଏବଂ ଆଙ୍ଗିକ ଦୃଷ୍ଟିରୁ ଶ୍ରୀଦାସ 'ଅତ୍ୟନ୍ତ ସଫଳ' ହୋଇଛନ୍ତି-
"ଶ୍ରୀଦାସ କବିତା ଲେଖିବାକୁ ଯାଇ ଗୋଟାଏ ବିରାଟ ଭୁୟୋ-ଦର୍ଶନର ଅବତାରଣା କରିବାର ଛଳନା କରିନାହାନ୍ତି ।
“ତାଙ୍କର ପ୍ରଥମ ପ୍ରେମକୁ ଗୋପନୀୟ ସତ୍ୟକୁ ଓ ତାଙ୍କର ଶବକୁ ଯେ କବିତା ପରିପାରିଛନ୍ତି ତାହା ତାଙ୍କର ସ୍ପର୍ଶକାତର କବି ମାନସର ପରିଚୟ ଦିଏ... ।
"ଏହି ପ୍ରତିଭାବାନ ଆଗନ୍ତୁକଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ତାଙ୍କର କବିତାଗୁଡ଼ିକ ପ୍ରତିଷ୍ଠିତ କବିମାନଙ୍କର ପ୍ରଭାବରୁ ସମ୍ପୁର୍ଣ୍ଣ ଭାବରେ ମୁକ୍ତ । ସାହିତ୍ୟ - ରାଜ୍ୟର ଏକ କ୍ଷୁଦ୍ର ଅଳିନ୍ଦ ଦେଇ ସେ ଆକସ୍ମିକ ଭାବରେ ପଶି ଆସିଛନ୍ତି ଚୈତ୍ର