ପୃଷ୍ଠା:Ranga Sabha Suanga.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏତେ କ‌ହି ଖଡ଼୍ଗ ନେଇ ବାହାର ହୋଇଲା । କ‌ହେ ବଇଷ୍ଣବ ଦେବକୀର ପାଶେ ହେଲା ।

ଦେବକୀର ରୋଦନ ।

ଭାଇ କଂସ କେଉଁ ଦୋଷ କଲି ମୁହିଁ । କାଟିବୁ ମୋ ଶିର ଅକାରଣେ ଭାଇ । ପଦ । କେତେ ସ‌ହି ଗର୍ଭକଷ୍ଟ । ନାଶିଲୁ ତା କରି ହଟ । ଜନ୍ମକରି ଛଡ଼ପୁତ୍ର ଦେଲି ନେଇ ରେ ।୧। ହୋଇ ରାଜାର କୁମାରି, ଭାଇ ଥାଉଁ ତୋହପରି, ଏତେ ରହି ମୁହିଁ ବନ୍ଦି ଶାଳେ ଥାଇରେ ।୨। ହାତ ଗୋଡ଼େ ଲୁହା ବେଡି, ବେଣ୍ତିତ ଗଲାଣି ପଡ଼ି, ଅନ୍ଧପରି ରହି ଚନ୍ଦ୍ର ସୂର୍ଯ୍ୟ ଦେଖି ନାହିରେ ।୩। ଧରୁଅଛି ତୋର କର, ବିନାଦୋଷରେ ନ ମାର, ବଇଷ୍ଣବ ବୋଲେ ଚନ୍ଦ୍ର ସୂର୍ଯ୍ୟଛନ୍ତି ଚାହିଁରେ ।୪।

କଂସର ଛନ‌କା ।

ଆସିଲା ଆସିଲା କୃଷ୍ଣ ଆସିଲା ଶୋଷିଲା ରେ । ପଦ । ନେତ୍ରେ, ଫୂଫୁ ଅଣାଇବି