ପୃଷ୍ଠା:Ranga Sabha Suanga.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରଙ୍ଗସଭା ସୁଆଙ୍ଗ ।

କଂସବଧ ଚରିତ ।


ଶୁଣ ହେ ସୁଜନ ଲୀଳାଗୀତ ଡେରି ଶ୍ରୁତି ।
ପରୀକ୍ଷିତ ଆଗେ ଶୁକମୁନି ଯା କହନ୍ତି । ୧ ।
ପୁଣ ବସୁଦେବଙ୍କୁ କହନ୍ତି ବ୍ରହ୍ମାସୁତ ।
ଲଭିବ ସୁଗତି ଶୁଣି ଶ୍ରୀକୃଷ୍ଣଚରିତ । ୨ ।
ନିମିରାଜାଙ୍କ ଅଗ୍ରତେ ସୁବାହୁ ଦ୍ୱାପରେ ।
ଅବଧୂତ ମୁଖୁଁ ଯଦୁରାଜନ ଶୁଣିଲେ । ୩ ।
ସୁରାସୁର ମୁନି ଧ୍ୟାନେ ଚିନ୍ତି ଯା ଚରଣ ।
ଉଦ୍ଧବ ହୋଇଲେ ମୁକ୍ତି ସେ ପଦ ସ୍ମରଣ । ୪ ।
ସେହି ପ୍ରଭୁ ଦେବହିତେ ମର୍ତ୍ତ୍ୟେ ହୋଇ ଜାତ ।
ପୃଥ୍ୱୀଭାରା ଉଶ୍ୱାସିଲେ ନାଶି କଂସଦୈତ୍ୟ । ୫ ।
ଭକ୍ତିଭାବେ ତାଙ୍କ ପଦ ସେବି ଅନୁକ୍ଷଣ ।
ସୁସଙ୍ଗୀତ ଗୀତେ କହେ ବୈଷ୍ଣବଚରଣ । ୬ ।