ପୃଷ୍ଠା:Saikelara Kahani.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମିଚୁଙ୍କ ଭେଲୋସିପେଡ ( ୧୮୬୩) ଥିଲା ବ୍ୟବସାୟିକ ଦୃଷ୍ଟିରୁ ପ୍ରଥମ ସଫଳ ଯନ୍ତ୍ର । ଏହା ବେଶ୍ ଦାମିକା ହେଲେ ମଧ୍ୟ ଇଉରୋପ ଓ ଆମେରିକାରେ ଏହାର ଚାହିଦା ଖୁବ୍ ବ୍ୟାପି ଯାଇଥିଲା । ଧନୀ ତଥା ଦୁଃସାହସୀ ଲୋକମାନେ ଏହି ହାଡ଼-ଦେହଲାକୁ ବେପରୁଆ ଭାବରେ ଚଳାଇବାରୁ ଅନେକ ଲୋକ ତାହାର ବିରୋଧ କଲେ I ତେଣୁ ଅନେକ ଜାଗାରେ ଏହାକୁ ରାସ୍ତାରେ ଚଳାଇବାକୁ ଅନୁମତି ଦିଆଗଲା ନାହିଁ । ବେଶି ଆରାମଦାୟକ ଥିଲା । ସାମନା ହାଣ୍ଡଲରୁ ପଛ ଚକକୁ ଲାଗିଥିବା ପତଳା ଧାତବ ଦ୍ରିଙ୍ଗ୍ ଉପରେ ସିଟ୍ଟି ଝୁଲି ରହିଥିବାରୁ ଏହା ଆରାମଦାୟକ ହେଇପାରିଥିଲା । ପରିବେଗ ଅନୁପାତ ଓ ଡେଙ୍ଗଚକ ସାଇକେଲ ଆଗ ଚକରେ ଲାଗିଥିବା କ୍ରାଙ୍କ କୁ ଥରେ ଘୂରାଇଲେ ଚକଟି ମଧ୍ୟ ଥରେ ଘୁରୁଥିଲା । ଏହା ଫଳରେ ସାଇକେଲଟି ଗଡ଼ୁଥିବା ଦୂରତା ସେହି ଚକର ପରିଧି ସହିତ ସମାନ ହେଉଥିଲା । କିନ୍ତୁ ଗଡ଼ିବାର ଏହି ବେଗ ଯଥେଷ୍ଟ ହେଉ ନଥିଲା । ହାଡ଼-ଦେହଲାକୁ ଅଧିକ ବେଗରେ ଚଲାଇବା ପାଇଁ ପେଡାଲ ମାରିବାର ବେଗ ବଢ଼େଇବାକୁ ପଡ଼ୁଥିଲା । W@ ፴፱ዘፍ ፴፪ - Q8