ପୃଷ୍ଠା:Saikelara Kahani.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରାଗଲା । ଏହା ଫଳରେ ପ୍ରତି ପୂର୍ଣ୍ଣନରେ ଚକଟି ଅଧିକ ବାଟ ଯାଇପାରିଲା । ଅଧିକ ବାଟ ଯିବାର ଏହି ସାଧାରଣ ତତ୍ତ୍ୱଟି ସରଳ ଭାରଦଣ୍ଡ କ୍ଷେତ୍ରରେ ଦେଖାଯାଏ । ପୁରୁଣା ରେଲୱେ ସଂକେତ ଏହାର ଗୋଟିଏ ଉଦାହରଣ । ସଂକେତ ର ଛୋଟ ବାହୁରେ ଲାଗିଥିବା ତରକୁ ଅଳ୍ପ ଟିକିଏ ଭିଡ଼ି ଦେଲେ ସଂକେତ (ଭାରଦଣ୍ଡର ଭାଷାରେ ଭାରବାହୁ) ବେଶ୍ ଉଚ୍ଚକୁ ଟେକି ହୋଇଯାଏ । ଏହି ବ୍ୟବସ୍ଥାରେ ବଳ କୁ ସମାନ ରଖି ଭାରବାହୁର ଲମ୍ ବଢ଼ାଇଲେ ଘୁଞ୍ଚୁଥିବା ଭାର ସେହି ଅନୁପାତରେ କମିବ । ଭାର ଓ ବଳ ମଧ୍ୟରେ ଥିବା ଅନୁପାତକୁ ଯାନ୍ତିକ ଲାଭ କୁହାଯାଏ । ସାଇକେଲ କ୍ଷେତ୍ର ରେ ପରିବେଗର ହାରକୁ ବଢ଼େଇବାକୁ ହେଲେ ଆମକୁ ଯାନ୍ତିକ ଲାଭର ପରିମାଣ କମେଇବାକୁ ହେବ ! ଭାରଦଣ୍ଡର ନିୟମ । ବଳବାହୁକୁ ଛୋଟ ରଖିଲେ ଜଣେ ଭାରବାହୁକୁ ବେଶ ଦୂର ଘୁପ୍ଟେଞ୍ଚଇ ପାରିବ । ସଧ୍ୟରଣ କ୍ଷେତ୍ରରେ କମ୍ ବଳରେ ବଡ଼ ଭାରକୁ ଉଠାଇବା ପାଇଁ ବଡ଼ ବଳବାହୁ ବ୍ୟବହାର କରାଯାଏ । ଏହା | ହେଉଛି ରେଲୱେ ସଂକେତର ଠିକ୍ ଓଲଟା ! | ! ଭଡ଼ବା Ꮐhy | ଏକ ମହାନ ଯନ୍ତ୍ର ୧୭