ପୃଷ୍ଠା:Saikelara Kahani.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯାନ୍ତି ~ ଞ୍ଚ ଅ ୟୟ ତଥ୍ୟ -ଲି - ଜୟସ୍ଥ ଅକ୍ତ ଖଣ୍ଡିଠୁ ଯେ ଉକ୍ତ ପହଞ୍ଚାଇବାର ଉପାୟକୁ ସଞ୍ଚରଣ ବ୍ୟବସ୍ଥା କୁହାଯାଏ । ’ ଉପରରେ ଦିଆଯାଇଥିବା ଏହି ବ୍ୟବସ୍ଥା ଭିତରୁ ପ୍ରତ୍ୟେକର କିଛି କିଛି ସୁବିଧା ଓ ଅସୁବିଧା ରହିଛି । ଉଦାହରଣ ସ୍ୱରୂପ, ପୁଲି ଉପରେ ଫିତାର ଗତି ପୁଲିର ଘର୍ଷଣ ଉପରେ ନିର୍ଭର କରେ । ଫିତା ମଇଳା, ତେଲିଆ ବା ଢିଲା ହୋଇଗଲେ ପୁଲି-ଫିତା ଚାଳିତ ଯନ୍ତ୍ରର ଦକ୍ଷତା ଖୁବ୍ କମିଯାଏ । ସେହି ଦୃଷ୍ଟିର ଗିଅର ଭଲ କାମ କରିଥାଏ, କିନ୍ତୁ ଏହାର ଦାମ ଅଧିକ । କିନ୍ତୁ ସେସବୁ କଥା ଆମେ ପରେ ଦେଖିବା । ଅଗରୁ କୁହାହୋଇ ସାରିଛି ଯେ ହାଡ଼-ଦେହଲା କ୍ଷେତ୍ରରେ ଗିଅର ଅନୁପାତ ବଢ଼େଇବାର ସରଳ ଉପାୟ ଥିଲା ଆଗ ଚକର ଆକାର ବୃଦ୍ଧି । ବାସ୍ତବରେ ମଧ୍ୟ ତାହା କରାଯାଇଥିଲା । ଆଗ ଚକର ଆକାର ୩୬ ଇଞ୍ଚରୁ ୪୮ ଇଞ୍ଚ, ପୁଣି ୫୪ ଇଞ୍ଚ ଏବଂ ଏପରିକି ୬୪ ଇଞ୍ଚ (ମୋଟରେ ୯୧ ସେ.ମି.ରୁ ୧୬୩ ସେ.ମି.) ଯାଏଁ ବଢ଼ି ଚାଲିଲା । ଏହି ଆକାର କେବଳ ତତ୍କାଳାନିଙ୍କ ଗୋଡ଼ର ଲମ୍ବା ଦୃଷ୍ଟିରୁ ସୀମିତ ରହିଲା । ଏହି ସାଇକେଲର ଓଜନ କମ୍ ରଖିବା ପାଇଁ ତା’ର ପଛ ଚକଟିକୁ ବେଶ ଛୋଟ କରା ଗଲା । ଏହା ଫଳ ରେ ସାଇକେଲଟି ଏକ ନିଦ୍ଧିଷ୍ଟ ରୂପ ନେଲା ଓ ତାହାକୁ ପେନି-ଫାଦିଙ୍ଗ୍ (ଟଙ୍କା-ପଇସା) କୁହାଗଲା । କାରଣ ତା’ର ଚକ ଦୁଇଟିର ଅନୁପାତ ଟଙ୍କା ଓ ପଇସା ମୁଦ୍ରାର ଆକାର ଭଳି ବଡ଼ ସାନ ଥିଲା । ଏହି ଯନ୍ତ୍ରକୁ ବଡ଼ଚକିଆ (ଟଲ୍ଅଡିନାଶି ବା ହାଇହୁଇଲ୍) ମଧ୍ୟ କୁହାଯାଉଥିଲା । ବଡ଼ ଚକର ବିପଦ ଏହି ବଡ଼ ଚକିଆ ସାଇକେଲ ମହିଳା, ଦୁର୍ବଳ ମଣିଷ, ଅଣ-ଖୋଳୁଆଡ଼ ବା ଦୁର୍ବଳମନା ଲୋକଙ୍କ ପାଇଁ ଉପଯୋଗୀ ନଥିଲା । ମାଟି ଉପରୁ ଏକ ମହାନ ଯନ୍ତ୍ର ୧୯