ପୃଷ୍ଠା:Saikelara Kahani.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏହି ବଡ଼ ଚକିଆ ରୂପରେ ହିଁ ସାଇକେଲ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଲା । ୧୮୭୦ରୁ ୧୮୯୦ ଭିତରେ ଏହାକୁ ବେଶ୍ କେତେ ହଜାର ଲୋକ ବ୍ୟବହାର କଲେ । ଏହି ଯାନଟିକୁ କେବଳ ଖେଳୁଆଡ଼, ସହସୀ ଏବଂ ପୁରୁଷମାନେ ଚଲାଇ ପାରୁଥିଲେ । ତଥାପି କୌଣସି ଏକୁଟିଆ ମଣିଷକୁ ଦୂରତାକୁ ଜିଣିବାରେ ସାହାଯ୍ୟ କରିବାରେ ଏହା ଥିଲା ପ୍ରଥମ । ଏହାର ଆଗ ଚକର ଆକାର ଚଳୁଳିର ଗୋଡ଼ ପାଉଥିବା ଯାଏଁ ବଢ଼ି ବଢ଼ି ଚାଲିଲା ! ପ୍ରାୟ ଦେଢ଼ ମିଟର ଉଚ୍ଚରେ ଥିବା ଏହାର ସିଟ୍ରେ ବସିବା ' ସହଜ କଥା ନଥିଲା । ଏହି ସାଇକେଲକୁ ପ୍ରଥମେ ଯୋରରେ ଠେଲିବାକୁ ପଡ଼ୁଥିଲା ଓ ପଛର ଛୋଟ ଚକ ଉପରେ ଥିବା ଗୋଡ଼ ରଖିବା ଥାକ ଉପରକୁ ଡେଇଁବାକୁ ପଡୁଥିଲା । ଏହା ପରେ ପୁଣି ଥରେ ଡେଇଁ ସିଟରେ ବସିବାକୁ ହେଉଥିଲା । ଏହି ସାଇକେଲର ପେଡାଲ ମାରିବା ୨ 0 ସiଇSକଳର କାହାଣୀ