ପୃଷ୍ଠା:Saikelara Kahani.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

gବଗବାନ ଯାନ ଥିଲା ଏବଂ ସମସ୍ତେ ତାକୁ ବାଟ ଛାଡ଼ି ଦେଉଥିଲେ । କିନ୍ତୁ ଏହି ଅଧିକ ବେଗର ରୋମାଞ୍ଚ ଏବଂ ଉଚ୍ଚ ପଦମର୍ଯ୍ୟାଦାର ଅନୁଭୂତି ପାଇଁ ଚାଳକକୁ କିଛି ଚଢ଼ା ମୂଲ୍ୟ ଦେବାକୁ ପଡ଼ୁଥିଲା । ଚଢ଼ାଳି ବଡ଼ ଚକର ଠିକ୍ ଉପରେ ର୍ବସିଥିଲାବେଳେ ତା'ର ଗୁରୁତ୍ୱ କେନ୍ଦ୍ର ବେଶ୍ ଉଚ୍ଚ ରେ ଥାଏ, ତେଣୁ ସାଇକେଲର ସ୍ଥିରତା ଠିକ୍ ନଥାଏ । ଏପରିକି ରାସ୍ତା ଉପରେ ଛୋଟ ପଥର ଖଣ୍ଡର ବାଧା ବା ହଠାତ ବ୍ରେକ ମାରିବାର ଫଳରେ ଚଢ଼ାଳି ଆଗକୁ ଛିଟିକି ଯାଇ ମୁହଁମାଡ଼ି ତଳେ ପତୁଥିଲା । ଅଭିଜ୍ଞ ଚଢ଼ାଳିମାନେ ମଧ୍ୟ ଅନେକ ସମୟରେ ଦୁର୍ଘଟଣାରେ ପଡ଼ୁଥିଲେ । ତେଣୁ ଏହି ଯାନଗୁଡ଼ିକୁ ମୁଣ୍ଡଛେ ଚ! ବିଫଳତା ଭଳି ନାମ ମଧ୍ୟ ଦିଆଯାଉଥିଲା । ଏହି ବଡ଼ ଚକିଆ ସାଇକେଲକୁ ଅଧିକ ସନ୍ତୁଳିତ କରିବା ପାଇଁ ଅନେକ ଚେଷ୍ଟା କରା ଗଲା କିନ୍ତୁ ସେଥିରୁ ବିଶେଷ କିଛି ସୁଫଳ ମିଳିଲା ନାହିଁ । ସେଥିପାଇଁ ପୂରା ଗୋଟିଏ ନୂଆ ପ୍ରକାରର ସାଇକେଲ ଆବଶ୍ୟକ ହେଲା । ସ୍ଥିରତା ଆଣିବା ପାଇଁ ଚଢ଼ାଳି କୁ କିଛି ପଛକୁ ଓ କମ୍ ଉଚ୍ଚାରେ ବସାଇବା ଦରକାର ହେଉଥିଲା, କିନ୍ତୁ ଏହି ବଡ଼ ଚକିଆ ମତେଲରେ ତାହା ସମ୍ଭବ ନଥିଲା । ଏ ଦିଗରେ ଏକ ବିକଳ୍ପ ପଦକ୍ଷେପ ସାଇକେଲର ଜ୍ୟiମିତିରେ ସମ୍ପୂର୍ଣ୍ଣ ପରିବର୍ତନ ଆଣିଦେଲା । ସେଥିରେ ପଛ ଚକଟି ବଡ଼ କରାଗଲା ଏବଂ ଚଢ଼ାଳିର ବସିବା ଜାଗା ତାହା ଉପରେ ରହିଲା । କିନ୍ତୁ ପେଡାଲ ମାରି ପଛ ଚକକୁ ଚଳାଇବାକୁ ହେଲେ ଚକଠାରୁ କିଛି ' ପଛକୁ ବସିବା ଦରକାର । କିନ୍ତୁ ସନ୍ତୁଳନ କାରଣରୁ ଏପରି ଝୁଲିକରି ବସିବା ଅସମ୍ଭବ ଥିଲା । ୧୮୮୨ ମସିହାରେ ବିଖ୍ୟାତ ଆମେରିକାନ ଷ୍ଟର ସାଇକେଲରେ ଭାରଦଣ୍ଡ, ତ୍ରମ୍ ଓ ଫିତା ମାଧ୍ୟମରେ ପରେକ୍ଷ ଚାଳ ନାର ବ୍ୟବସ୍ଥା କରାଯାଇଥିଲା । ସାଇକେଲକୁ ନିରାପଦ କରିବା ଦିଗରେ ଏହା କିଛି ମାତ୍ରାରେ ସଫଳ ହୋଇପାରିଲା । 9 9 Øjóð65?fM6? 6?fgféi?