ପୃଷ୍ଠା:Saikelara Kahani.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପନ୍ମୋକ୍ଷ ହାଣ୍ଡଲ୍ ଚାଳନା ବ୍ୟବସ୍ଥା ୧୮୮୫ ମସିହାର ରୋଭର ନିରାପଦ ଯାନରେ ମଧ୍ୟ ପରୋକ୍ଷ ହାଣ୍ଡଲ୍ ବାଳନା ବ୍ୟବସ୍ଥା ରହିଥିଲା । ଏବେ ମଧ୍ୟ ବ୍ୟବହୃତ ହେଉଥିବା ଦୃଚ୍ଚ ଠିକିରି ଆକାରର ଫ୍ରେମ ସେହି ସମୟରେ ପ୍ରଥମେ ବ୍ୟବହାର ହୋଇଥିଲା । ଘୁରାଉଥିଲା । ପଛ ଚକରେ ଲାଗିଥିବା ସ୍ତକେଟ୍ କୁ ଛୋଟ ଏବଂ ଚେନ୍ ଚକ୍ରିକୁ ବଡ଼ କରିବା ଫଳରେ ଏହି ଯାନରେ ଗିଅର ଅନୁପାତ କୁ ଅଧିକ କରାଯାଇ ପାରିଥିଲା । ତେଣୁ ଏଥିରେ ଅତି ବଡ଼ ଚାଳକ ଚକ ଦରକାର ପଡୁନଥିଲା । ଏହି ବ୍ୟବସ୍ଥାରେ ଚକର ଆକାର ସହ ଆଉ ପରିବେଗ ହାରର କିଛି ସମ୍ପର୍କ ଆଉ ରହିଲା ନାହିଁ । ଚେନ ଚକ୍ରିର ଆକାରକୁ ବଦଳାଇ ପରିବେଗ ହାରକୁ ବଦଳା ଯାଇପାରିଲା । ଏହି ଯାନର ଚଢ଼ାଳି ସନ୍ତୁଳନ ହରାଇବା ଅବସ୍ଥାରେ ନିଜ ଗୋଡ଼କୁ ମାଟି ଉପରେ ରଖିପାରୁ ଥିଲା । ଏହାର ଉଚ୍ଚତା କମ୍ ହୋଇଥିବାରୁ ଏବଂ ଗୁରୁତ୍ୱ କେନ୍ଦ୍ର ପଛକୁ ରହିଥିବା ଯୋଗୁଁ ଚାଳକ ଆଗକୁ ଛାଟି ହୋଇ ପଡ଼ିବାର ସମ୍ଭାବନା କମିଗଲା । ତେଣୁ ଏହାକୁ ନିରୀପଦ ବୋଲି କୁହାଗଲା । WG Øgist GQ 98