ପୃଷ୍ଠା:Saikelara Kahani.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

06 аogl& R&#аG 661GQ_{ғггс» quq6QQq ତା’ର ଆଧୁନିକ ରୂପ ଦେଲା । ନିରାପଦ ପ୍ରମାଣିତ ହେବା ସତ୍ତ୍ୱେ ମଧ୍ୟ ଏହି ସାଇକେଲ ପ୍ରତି ଅନେକ ବିରୋଧ ଆସିଲା । ଏହାର ଟାୟାର୍ ନିଦା ଥିଲା, ତେଣୁ ତାହା ବଡ଼ ଚକିଆ ତୁଳନାରେ ବେଶି ଧକଡ଼ କଚାଡ଼ ହେଲା । ତା’ର ପେଡାଲ ବେଶ୍ ତଳକୁ ଥିବାରୁ କଚ୍ଚ ରାସ୍ତାରେ ଗଲାବେଳେ ଗୋଡ଼ କାଦୁଅ ହେଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ଉନ୍ନତ ବ୍ୟବସ୍ଥା ଫଳରେ ୧୦ ବର୍ଷ ଭିତରେ ସୁରକ୍ଷିତ ଯାନଟି ସମସ୍ତଙ୍କର ପ୍ରିୟ ହୋଇଗଲା । ଏଥିରେ ପେଡାଲ ମାରିବାର ଚାପ ଆଉ ଆଗ ଚକକୁ ଦୋହଲାଇଲା ନାହିଁ, ତେଣୁ ସାଇକେଲକୁ ସନ୍ତୁଳିତ କରି ରଖିବା ପାଇଁ ବିଶେଷ କଷ୍ଟ ହେଲା ନାହିଁ । ତେଣୁ ଜଣେ ଚାହିଁଲେ ହାଣ୍ଡଲରୁ ଦୁଇ ହାତ କାଢ଼ିଦେଇ ମଧ୍ୟ ତାହାକୁ ଚଳାଇ ପାରିଲା । ଏହି ଯାନ .ହାଣ୍ଡଲ ଦଣ୍ଡରେ ବା ପଛଚକର ଉପରେ ବହୁ ପରିମାଣର ଜିନିଷ ମଧ୍ୟ ବେହି ପାରିଲା ! ଏହାକୁ ଚଢ଼ି ଶିଖିବା ପିଲାଙ୍କ ଖେଳ ଭଳି ସହଜ ଥିଲା । ୨ ୬ ସଈକୋଳର କାହାଣୀ