ପୃଷ୍ଠା:Saikelara Kahani.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଭାବୁଥିଲେ, ସେମାନେ ମଧ୍ୟ ଏବେ ଏହାକୁ ବ୍ୟବହାର କରିପାରିଲେ । ବୁଲା ବି କାଳି ଓ ଶ୍ରମିକଙ୍କ ଠାରୁ ଆରମ୍ଭ କରି ମହିଳାଙ୍କର ସାନ୍ଧ୍ୟା ଭ୍ରମଣ ପାଇଁ ସାଇକେଲ କାମ ଦେବାରେ ଲାଗିଲା । ସାଧାରଣ ଲୋକଙ୍କର ଯିବା ଆସିବା ପାଇଁ ଏବଂ ଖେଳାଳି ଙ୍କର ଦୌଡ଼ ପ୍ରତିଯୋଗିତା ପାଇଁ ମଧ୍ୟ ଏହାର ବ୍ୟବହାର ଚାଲିଲା । ଗଲା ୧୦୦ ବର୍ଷ ଭିତରେ ସାଇକେଲ ବିଶେଷ କିଛି ବଦଳି ନାହିଁ । ୧୮୮୫ର ରୋଭର ନିରାପଦ ସାଇକେଲର ଛତ୍ତି ଆଜିକର ସାଇକେଲ ସହ ବେଶ୍ ମେଳ ଖାଉଛି । ଅବଶ୍ୟ ଅନେକ କିଛି ସୂକ୍ଷ୍ମ ପରିବର୍ତନ ହୋଇଛି । ସାଇକେଲ ତିଆରିରେ ଏବେ ହାଲୁକା ଓ ଶକ୍ତ ଜିନିଷ, ବଲ-ବିଅରିଙ୍ଗ୍ ଏବଂ ଅଧିକ ଦକ୍ଷତାର ସଣ୍ଡୁଆଶି (କାଲିପର> ବ୍ରେକ୍ ଆଦି ଲାଗୁଛି । ୨୮ ସାଇକେଲର କାହାଣୀ