ପୃଷ୍ଠା:Saikelara Kahani.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚକ ହେଉଛି ସର୍ବଶ୍ରେଷ୍ଠ ଉଭାବନ । କୌଣସି ଜିନିଷକୁ ଘୋଷାଡ଼ି ନେବା ତୁଳନାରେ ଚକ ଉପରେ ଗଡ଼ାଇକରି ନେବାରେ ୧୦୦ ଗୁଣ କମ ବାଧା ଆସିଥାଏ । ମାଟି ଉପରେ ଗଡୁଥିବା ପଥର ପରି ଜିନିଷକୁ ବୋଧହୁଏ ମଣିଷ ଲକ୍ଷ କରିଥିଲା । ଆଉ ମଧ୍ୟ କାଠଗଣ୍ଡି ବା ଅନ୍ୟ ଗୋଲାକାର ଜିନିଷ ସବୁର ଗଡ଼ିବାରୁ ହିଁ ମଣିଷ ଗତିଶୀଳ ବସ୍ତୁର ଘର୍ଷଣ ସମ୍ପର୍କରେ ଧାରଣା ପାଇଥିବ । w ଆମେ ଜାଣିଛେ ଯେ ଇସ୍ପ)ତ ଧୀରଣୀ ଉପରେ ରେଳ ଗୀଡ଼ିର ଇସ୍ପାତ ଚକ୍ ଘୁରିବା ସମୟରେ ସବୁଠୁ କମ୍ ପ୍ରତିରୋଧ ସାମନା କରିଥାଏ । ଏହି ବାଧା ଚକର ଓଜନର ଏକ ହଜାର ଭାଗରୁ ପ୍ରାୟ ଏକ ଭାଗ ମାତ୍ର ହୋଇଥାଏ । କିନ୍ତୁ ଏହି ଚକଟି ନରମ ପୃଷ୍ଠ ଉପରେ ରହିଥିଲା ବେଳେ ତାହା ଦବିକରି ଖାତ ସୃଷ୍ଟି ହୋଇଯାଏ । ସେଠାରୁ ଚକଟିକୁ ପୁଣି ଘୁଞ୍ଚାଇବା ପାଇଁ ବେଶ୍ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼େ । କାରଣ ଚକଟିକୁ ଖାତରୁ ଉପରକୁ ଚଢ଼ିବାକୁ ପଡ଼ିବ । ସେହିପରି ନରମ ଚକଟିଏ ଟାଣୁଆ ଚଟାଣରେ ଗଡ଼ିଲେ ନିଜର’ ଓଜନ ଚକର କେନ୍ଦ୍ରରେ ପତୁଥିବା! ଓଜନକୁ ଶଗଡ଼ର ମୋଟା ଅର (ବାମ) ସଂପୀଡ଼ନ ଦ୍ୱାରା ଏବଂ ସରୁ ପତଳା ତାରର ସେଣ୍ଟାକ୍ (ତାହାଣ) ତାନ ଦ୍ୱାରା ବହନ କରେ ! ସାଇକେଲର ବିଭିନ୍ନ ଅଂଶ ୩୧