ପୃଷ୍ଠା:Saikelara Kahani.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଯୋଗୁଁ ଚଟାଣକୁ ଛୁଉଁଥିବା ସ୍ଥାନରେ ଚକର ଆକୃତି ବିଗିଡ଼ି ଯାଏ । ଏହି ବିରୂପ ଚକ ଆଉ ପୁରୀ ଗୋଲ ନଥାଏ । ତେଣୁ ତାହା ପୂର୍ବପରି ଭଲ ଗଡ଼େ ନାହିଁ । ଉଭୟ କ୍ଷେତ୍ରରେ ଚକର ବିରୂପଣ ଯୋଗୁଁ ତାକୁ ପୁରାଇବା ପାଇଁ ଅଧିକ ବଳ ପ୍ରୟୋଗ ଦରକାର ହୁଏ । ସାଇକେଲର ପ୍ରଥମ ରୂପର ଖେଳ ଘୋଡ଼ା ଓ ହାଡ଼-ଦେହଲାର ଚକ ଶଗଡ଼ ଚକ ପରି ଥିଲା । ନିଜର ଓ ଚାଳ କର ଓଜନ ସମ୍ଭାଳିବା ପାଇଁ ସେଥିରେ ମୋଟା ସେକ୍ ସବୁ ରହିଥିଲା । ଏହି ଅନମନୀୟ ଚକ ଓ ସେପ୍ସାକ୍ ଯୋଗୁଁ ରାସ୍ତାର ଖାଲଢିପର ମାଡ଼ ଚଢ଼ାଳି ଦେହରେ ପହଞ୍ଚୁଥିଲା । ସାଇକେଲ ଚକର ଗଠନରେ ପ୍ରଥମ ବଡ଼ ଉନ୍ନତି ଆସିଲା ପେନି-ଫାଦିଙ୍ଗ ସାଇକେଲରେ । ଏହି ଚକଗୁଡ଼ିକ ନିଲମ୍ବନ ତତ୍ତ୍ବ ଉପରେ ଆଧାରିତ ଥିଲା । ଏଥିରେ ଚିକର ମଝିରେ କେନ୍ଦ୍ରିଭୂତ ଓଜନକୁ ରିମ୍ର ଉପରୁ ଝୁଲିକରି ଥିବା ସରୁ ତାରଗୁଡ଼ିକ ବହନ କରୁଥିଲେ । ଶଗଡ଼ ଚକରେ ରିମ୍ବର ତଳ ପାଖରୁ ବାହାରିଥିବା ମୋଟା ସ୍ତମ୍ଭାକାର ଅର ସାହାଯ୍ୟରେ ଓଜନ ବହନ କରିବାର ବ୍ୟବସ୍ଥା ସେଥିରେ ନଥିଲା । ଆମେ ଜାଣିଛେ ଯେ ଖଣ୍ଡେ ପତଳା ଛଡ଼ରୁ କିଛି ଝୁଲୁଥିବା ଅବସ୍ଥାରେ ରହିଲେ ଛଡ଼ଟି ବେଶ୍ ଅଧିକ ଓଜନ ସମ୍ଭାଳି ପାରିବ । ଏହି ଅବସ୍ଥାରେ ଛତ୍ ଖଣ୍ଡଟି ଟାଣି ହୋଇ ବା ତାନିତ ଅବସ୍ଥାରେ ରହିଥାଏ । କିନ୍ତୁ ଛଡ଼କୁ ଛିଡ଼ାକରି ତାହା ଉପରେ ଓଜନ ରଖିଲେ ତାହା ଝୁଲିବା ଅପେକ୍ଷା କମ୍ ଓଜନ ସମ୍ଭାଳିବ । ଛିଡ଼ା ହୋଇ ଓଜନ ଉଠାଉଥିଲା ବେଳେ ଛଡ଼ ଖଣ୍ଡଟି ଓଜନ ଦ୍ୱାରା ସଂପୀଡିତ ହୁଏ ଏବଂ ତାହା ସହଜରେ ବଙ୍କା ହୋଇଯାଏ । ଦଉଡ଼ି ବା ତାରର ସୁନ୍ଦର ଓ ହାଲୁକା ଝୁଲନ୍ତା ପୋଲ ତିଆରିରେ ଏହି ତତ୍ତ୍ବ ବ୍ୟବହାର ହୋଇଥାଏ । ନୂଆ ପ୍ରକାରର ଚକରେ ସରୁ ତାରର ସେଣ୍ଟା କର ବ୍ୟବହାର ମଧ୍ୟ ଏହି ୩୨ ସାଇକେଇର କାହାଣୀ