ପୃଷ୍ଠା:Saikelara Kahani.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦୁଇଟି ସେଣ୍ଟ୍ରୋକ୍ ଓ ହବ୍ ମିଶି ଗୋଟିଏ ତ୍ରିଭୁଜ ସୃଷ୍ଟି କରନ୍ତି । ଚାପ ସମ୍ଭାଳିବା ଦୃଷ୍ଟିରୁ ଏହା ହେଉଛି ସବୁଠାରୁ ଶକ୍ତ ଜ୍ୟମିତିକ ଆକୃତି । ସବୁ ଚାପ ସମ୍ଭାଳନ୍ତି । ପରବର୍ତ୍ତୀ ସମୟରେ ଏହି ତ୍ରିଭୁଜ କରଣ ଧାରା ନିରାପଦ ସାଇକେଲର ଠିକିରି ଫ୍ରେମ୍ ତିଆରିରେ ବ୍ୟବହାର ହେଲା । ସାଇକେଲର ବେଗ କମାଇବା ସମୟରେ ସୃଷ୍ଟି ହେଉଥିବା ଆଘୁର୍ଣ୍ଣର ପ୍ରତିରୋଧ ମଧ୍ୟ ଏହି ବାଟରେ କରାଯାଇଥାଏ । ଏଥିପାଇଁ ଗୋଟିଏ ଛଡ଼ା ଗୋଟିଏ ସେକ୍ସାକ୍ ଓଲଟା ଦିଗରେ ସ୍ପର୍ଶକ ଭାବରେ ଯୋଡ଼ା ହୋଇଥାଏ । ବ୍ରେକ ଦେବାବେଳର ଆଘୁର୍ଣ୍ଣ କୁ ସେୟାକଗୁଡ଼ିକରେ ଉତ୍ପନ୍ନ ହେଉଥିବା ତାନ ବାଧା ଦେଇଥାଏ । ଆଧୁନିକ ସାଇକେଲର ସବୁ ପ୍ରକାରର ସେଣ୍ଟ୍ରୋକ ଲଗ ଚକରେ ଏହି ବ୍ୟବସ୍ଥା ରହିଥାଏ । Ꮿl6Ꭾ6ᎮᏮ❍6hi 6ièf6☽ ନିଦା ରବର ଟାୟାର ଯୋଗୁଁ ପ୍ରଥମ ସାଇକେଲଗୁଡ଼ିକ ଖୁବ୍ ଧକଡ଼ କଚଡ଼ ହେଉଥିଲା । ଏହାକୁ କମାଇବା ପାଇଁ ୧୮୮୮ ମସିହାରେ ପ୍ରଥମ କରି ଟାୟାରରେ ପବନ ଭରିବା ବ୍ୟବସ୍ଥା କରାଯାଇଥିଲା ! ସାଇକେଲର ବିଭିନ୍ନ ଅଂଶ ୩୫