ପୃଷ୍ଠା:Saikelara Kahani.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚାପର ପ୍ରଭାବରେ ନମନୀୟ ପବନଭରା ଟାୟାରର ବିରୂପଣ ଯୋଗୁଁ ତାହା ଗତିର ପ୍ରତିରୋଧ କରିଥାଏ । ଟାୟାର ମାଟି ଉପରେ ଗତି କରୁଥିବା ବେଳେ , ଟାୟାରର ବିଭିନ୍ନ ଅଂଶ ନିୟମିତ ଭାବରେ ବିରୂପିତ ହେଉଥା’ନ୍ତି ଏବଂ ଶକ୍ତି ଅପଚୟ କରନ୍ତି । ଟାୟାର ଭିତରେ ପବନର ଚାପ ବଢ଼ାଇଲେ ତାହାର ନମନୀୟତା କମିଯାଏ, ଅର୍ଥାତ୍ ଓଜନ ଯୋଗୁଁ ଟାୟାରଟି କମ୍ ଦବେ ! ବିରୂପଣ କମିଯିବାରୁ ଗତିର ପ୍ରତିରୋଧ ମଧ୍ୟ କମିଥାଏ । ଆଧୁନିକ ଟାୟାରରେ ସାଧାରଣ ବାୟୁମଣ୍ଡଳୀୟ ଚାପର ୨-୫ରୁ ୪ ଗୁଣ (୨୫୦ରୁ ୪୦୦ କିଲେପାସେଲ> ଚାପର ପବନ ଭରାଯାଇଥାଏ । ସବୁ ସାଇକେଲ ଚଢ଼ାଳି ଜାଣନ୍ତି ଯେ ଟାୟାର ଅଧିକ ଫୁଲିକରି ଥିଲେ ସାଇକେଲର ବେଗ ନରମ ଟାୟର ନରମ ଚଟାଣରେ ଗଡ଼ିଲାବେଳେ ଉଭୟ ଟାୟର ଓ ଚଟାଣର ଆକୃତି ବଦଳିଯାଏ । ବିରୁପିତ ଚଟାଣର ପ୍ରତିକ୍ରିୟ ବଳ ଯୋଗୁଁ ଚକର ଗତି ବାଧ୍ୟ ପାଏ । ସେହିପରି ବିଜୁପିତ ଟାୟର ମଧ୍ୟ ଗତିରେ ବଧ ଦିଏ ! ସାଇକେଲର ବିଭିନ୍ନ ଅଂଶ ୩୭