ପୃଷ୍ଠା:Saikelara Kahani.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅର ଚକର- ହବ୍ ବିଅରିଙ୍ଗ୍ର ନକ୍ସ ! ପ୍ରୟୋଗ କରିବାକୁ ପଡ଼େ ଏବଂ (ଖ) କଣା ଓ ଦଣ୍ଡର ଘର୍ଷଣରୁ ବିଅରିଙ୍ଗ୍ ରେ ତାପ ସୃଷ୍ଟି ହୁଏ । ବିଅରିଙ୍ଗର ଉତ୍ତାପ ଅତି ବେଶି ବଢ଼ିଗଲେ କଣାର କିଛି ଅଂଶ ତରଳି ଯାଏ ଏବଂ ଚକଟି ଜାମ ହୋଇଯାଏ । ନିୟମିତ ସଫ ନ କଲେ ସେସୃହକ ତେଲ ଯୋଗୁଁ ସେଠାରେ ଧୂଳି ମଳି ଜମା ହୋଇ ବିଅରିଙ୍ଗ୍ର ପୃଷ୍ଠକୁ ନଷ୍ଟ କରିଦିଏ । ବଲ୍ ଓ ଘୁରନ୍ତ ବିଅରିଙ୍ଗ୍ର ବିକାଶ ପ୍ରକୃତରେ ଗଡ଼ୁଥିବା ଚକର ଅବଧାରଣରୁ ହିଁ ଆସିଛି । ଗୋଟିଏ ଟାଣୁଆ ରୋଲର ଦୁଇଟି ପୃଷ୍ଠ ଭିତରେ ଗତି କରିବା ବେଳେ ଆପେକ୍ଷିକ ସର୍ପଣ ଓ ଘର୍ଷଣଜନିତ ପ୍ରତିରୋଧ ଅତି କମ୍ ହୋଇଯାଏ । ସାଇକେଲର ବିଅରିଙ୍ଗ୍ରେ ସାଧାରଣତଃ ବାହାର କପ୍ ଓ ଭିତର ଶଙ୍କୁ ଭିତରେ ଧାଡ଼ିଏ ବଲ୍ ବୁଲିଥାଏ । ଘୋରି ହୋଇ ବିରୁପିତ ହେବାରୁ ବଞ୍ଚିବା ପାଇଁ ବଲ୍, ଶଙ୍କୁ ଓ କପ୍ ସବୁ ଟାଣୁଆ ଇସ୍ପାତରେ ତିଆରି ହୋଇଥାଏ । ଏହି ପ୍ରକାରର ବିଅରିଙ୍ଗ୍ ଯୋଗୁଁ ଘର୍ଷଣ ଏତେ ପରିମାଣରେ କମିଯାଏ ଯେ ଏହାକୁ ଘର୍ଷଣ ବିରୋଧୀ ବିଅରିଙ୍ଗ୍ କୁହାଯାଏ । ନିୟମିତ ତେଲ ନଦେଲେ ମଧ୍ୟ ଏଗୁଡ଼ିକ ବହୁତ ଦିନ ଯାଏଁ କାମ କରିପାରେ । ଏହା ବିଶେଷ ଦାମିକା ନୁହେଁ ଏବଂ ଦରକାର ହେଲେ ସହଜରେ ବଦଳା ଯାଇପାରେ । ୪0 ସଇ6କଲର କାହାଣୀ