ପୃଷ୍ଠା:Saikelara Kahani.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

—g'so –ହିଲ ଏପରି ଏକ ଯନ୍ତ୍ର ଯାହା ଗତି କରୁଥିବା ଚକର ସ୍ତ କେଟ୍କୁ ତା’ର ହବ ସହ ଏକ ଚମତ୍କାର କୌଶଳରେ ଯୋଡ଼ିଥାଏ । ଯେତେବେଳେ ଦ୍ରାକେଟ ଆଗକୁ ଘୁରୁଥାଏ ସେତେବେଳେ ଚକ ସ୍ପକେଟ ସହ ବାନ୍ଧି ହୋଇ ଘୂରେ । କିନ୍ତୁ ସ୍ପକେଟ ପଛୁଆ ଘୁରିଲାବେଳେ ବା ସ୍ଥିର ଥିଲାବେଳେ ଚକଟି ମୁକ୍ତ ଭାବରେ ସାମନାକୁ ଘୁରିପାରିଥାଏ । ଫ୍ରି-ହିଲ ଯୋଗୁଁ ସାଇକେଲରେ ଚଢ଼ିବା, ଓହ୍ଲାଇବା ବା ତାହା ଚଲେଇବା କେତେ ସହଜ ହୋଇଯାଇଛି ତାହା ଆମେ ବୁଝିପାରୁଥିବୀ । ଫ୍ରି~ହିଲ ନଥିଲେ ଚ କର ଗତି ସହ ପେଡାଲ ମଧ୍ୟ ଘୁରିବାକୁ ବାଧ୍ୟ ହୁଏ । ପେଡାଲ ନମାରି ସାଇକେଲକୁ ଗଡ଼ାଇନେବା ମଧ୍ୟ ଫ୍ରି-ହିଲ ବିନା ସହଜ ହୁଅନ୍ତା ନାହିଁ । କାରଣ ଗଡୁଥିବା ସାଇକେଲର ପେଡାଲ ଆପେ ଆପେ ବୁଲନ୍ତା ଓ ଆମ ଗୋଡ଼କୁ ମଧ୍ୟ ଉପର ତଳ କରିଚାଲନ୍ତା । ଫ୍ରି-ହିଲରେ କେତେଗୁଡ଼ିଏ ସ୍କ୍ରିଙ୍ଗ୍ ଲଗା ଖଣ୍ଡ ରହିଥାଏ । ଏହାକୁ ପଲ୍ କୁହାଯାଏ । ଚାପ ପାଇଲେ ପଲ୍‌ଗୁଡ଼ିକ ଅଖ ଦେହରେ ଥିବା ଖାତ ଭିତରେ ପଶିଯାଏ । କିନ୍ତୁ ଚାପ କାଢ଼ିନେଲେ ସେହି ପଲ୍‌ଗୁଡ଼ିକ ଉପରକୁ ଉଠିଆସେ । ଫ୍ରି~ହିଲକୁ ଲାଗିକରି ଥିବା ସ୍ତକେଟର ଧୀରଟି କରତ ଦାନ୍ତ ଭଳି କଟା ହୋଇଥାଏ । ସ୍ପକେଟ୍ ସାଇକେଲର ପଛୁଆ ଦିଗରେ ଘୁରୁଥିବା ସମୟରେ ସ୍ତକେଟ ଦାନ୍ତ ର ଗୋଜିଆ ମୁନର ଚାପରେ ପଲ୍‌ଗୁଡ଼ିକ ଭିତରକୁ ଚାପି ହୋଇଯାଏ ଏବଂ ଅଖ ଉପରେ ସ୍ତକେଟ୍କୁ ମୁକ୍ତ ଭାବରେ ଘୁରିବାକୁ ଦିଏ । କିନ୍ତୁ ସ୍ତକେଟ ଆଗକୁ ଘୁରୁଥିଲେ ପଲ୍‌ଗୁଡ଼ିକ ବାହାରକୁ ଉଠିଆସେ ଏବଂ ସ୍ପକେଟ ଦାନ୍ତର ସିଧା ପଟରେ ଅଟକି ରହେ । ପେଡାଲ ମାରିବା ଯୋଗୁଁ ଚକ ଅପେକ୍ଷା ଦ୍ରକେଟ ଅଧିକ ବେଗରେ ଘୂରୁଥିଲେ ଏହା ହୁଏ । ଫଳରେ ମାସପେଶୀୟ ଶକ୍ତି ଦ୍ର:କେଟ ମାଧ୍ୟମରେ ଚକକୁ ଯାଏ ଓ ତା’ର ବେଗ ବଢ଼ାଏ । ငြှာஇ. ୪୨ ସାଇକେଲର କାହାଣୀ