ପୃଷ୍ଠା:Saikelara Kahani.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କ୍ରେକ୍ , ଫ୍ରି-ହିଲ ବ୍ୟବହାର ହେବା ପୂର୍ବରୁ ବ୍ରେକର କୌଣସି ନିଦ୍ଧିଷ୍ଟ ଆବଶ୍ୟକତା ନଥିଲା । କାରଣ ଚକ ସହ ପେଡାଲ ମଧ୍ୟ ବୁଲୁଥିଲା । ତେଣୁ ଚଢ଼ାଳି ଚାହିଁଲେ ପେଡାଲକୁ ପଛୁଆ ବୁଲାଇ ସାଇକେଲକୁ ଅଟକାଇ ପାରୁଥିଲା । କିନ୍ତୁ ଏଥିପାଇଁ ବହୁତ ବଳ ପ୍ରୟୋଗ କରିବାକୁ ପଡୁଥିଲା । ସାଇକେଲଟି ଖୁବ ଜୋରରେ ଯାଉଥିଲେ ଅତ୍ୟଧିକ ବଳ ଖଟାଇବାକୁ ହେଉଥିଲା । ଗଡ଼ାଣିଆ ରାସ୍ତାରେ ସାଇକେଲକୁ ଏଭଳି ଅଟକାଇବା ଖୁବ୍ ବିପଦଜନକ ଥିଲା । ପ୍ରଥମ ଅବସ୍ଥାର ସାଇକେଲ ବ୍ରେକ ଗୋଟିଏ ଧାତବ ଚାମଚ ପରି ଥିଲା ଏବଂ ତାହା ଗୋଟିଏ ହାତ ଚଳା ଭାରଦଣ୍ଡ ସାହାଯ୍ୟରେ କାମକରୁଥିଲା । ଭାରଦଣ୍ଡ ଦବାଇଲେ ଏହି ବ୍ରେକଟି ଆଗ ଚକର ରିମ୍ର କଡ଼ରେ ଚିପି ହେଉଥିଲା । ଏହା ଟାଣୁଆ ରବର ଟାୟାର ପାଇଁ ଉପଯୋଗୀ ଥିଲା । କିନ୍ତୁ ପବନଭରା ଟାୟାର ପାଇଁ ଏହା ଅନେକ ଅସୁବିଧା କରୁଥିଲା । ପବନଭରା ଟାୟାର ବ୍ୟବହାର ପରେ ପରେ ରେକାବ୍ ବ୍ରେକ ତିଆରି ହେଲା । ଏହା ଏବେ ବି ଅନେକ ଭାରତୀୟ ସାଇକେଲରେ ବ୍ୟବହାର ହେଉଛି । ଏଥିରେ ଲାଗିଥିବା ଦୁଇଟି ରବର ପଣ୍ୟା। ତ୍ ରିମର ଦୁଇ କଡ଼ର ଭିତର ପାଖରୁ ଚାପିଥାଏ । ରବର ପଞ୍ଜୀ ଡ୍ ଓ ରିମ୍ ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣଜନିତ ବଳ ରିମ୍ ଉପରେ କାମକରେ ଏବଂ ଏହାର ବୁଲିବା ବନ୍ଦ କରିଥାଏ । ଏହି ଘର୍ଷଣ ବଳ ପଖ୍ୟାଡରେ ବ୍ୟବହାର ହେଉଥିବା ବସ୍ତୁ ତଥା ରିମ୍ ଉପରେ ପ୍ରୟୋଗ କରାଯାଇଥିବା ଚାପ ଉପରେ ନିର୍ଭର କରେ । ହାତର ଚାପ ଭାରଦଣ୍ଡ ବ୍ୟବସ୍ଥାରେ ବ୍ରେକ. ପ୍ୟାତକୁ ସ୍ଥାନାନ୍ତରିତ ହୋଇ ରିମ୍ ଉପରେ ଚାପ ପ୍ରୟୋଗ କରିଥାଏ । ଖୁବ ଶୀଘ୍ର ରେକାବ୍ ବ୍ରେକ ବଦଳରେ ସଣ୍ଡୁଆଶି (କାଲିପର) ସାଇକେଲର ବିଭିନ୍ନ ଅଂଶ ୪୫