ପୃଷ୍ଠା:Saikelara Kahani.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାହାଯ୍ୟରେ ଭିତର ତାରକୁ ଭିଡ଼ିବା ସହିତ ବାହାର ଖୋଳକୁ ଚାପି ଦିଆଯାଏ । ଏହି ଭିଡ଼ିବା-ଚାପିବା ଫଳରେ ସଣ୍ଡୁଆଶିର ଫାଳ ଦୁଇଟିରେ ଲାଗିଥିବା ଦୁଇ ବ୍ରେକ-ଶୁ ରିମ୍ ପାଖକୁ ଆସି ତାହାକୁ ଚାପିଧରେ । ବାହାରର ସଂପୀଡ଼ିତ ଖୋଳ ଭିତରେ ତାନିତ ତାର ବ୍ୟବସ୍ଥା ହାତପାହାନ୍ତାରୁ ଦୂରରେ କରାଯାଉଥିବା ଅନେକ କାମରେ ଲାଗିଥାଏ । ସାଇକେଲ ବା ମଟର ସାଇକେଲର ଗିଅର ବଦଳ ଏବଂ କୃତ୍ ବା ତୁରିତ୍ର (ଆକ୍ସିଲରେଟର>କୁ ଚଳାଇବା ପାଇଁ ଏହାର ବ୍ୟବହାର କରାଯାଇଥାଏ । ଏହି କେବୁଲର ଏକ ଅନ୍ୟ ରୂପ ଦୂରନ୍ତ ପୂର୍ଣ୍ଣନ ପାଇଁ କାମରେ ଲାଗିଥାଏ । ଗାଡ଼ିର ବେଗମାପକ (ସ୍ପିଡ଼ୋମିଟର) ର ସୂଚକ ଦଣ୍ଡକୁ ଚଳାଇବା ହେଉଛି ଏହାର ଗୋଟିଏ ଉଦାହରଣ । ସଣ୍ଡୁଆଶି କ୍ରେକ୍ ରିମ୍ବର କଡ଼ରୁ କାମ କରିଥାଏ ! ବାହାର ଖୋଳ ଭିତରେ ଥିବା ବ୍ରେକ ତାରକୁ ଟାଣିବା ଦ୍ୱାରା ଏହା କାମ କରିଥାଏ । ବାହାର ଖୋଳଟି କ ଜାଗାରେ ଓ ଭିତର ତାର ଖ ଜାଗାରେ ଯୋଡ଼ା ହୋଇଥାଏ । ସାଇକେଲର ବିଭିନ୍ନ ଅଂଶ ୪୭