ପୃଷ୍ଠା:Saikelara Kahani.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

l6❍é £Ꮫ6ali6l© جب جھجکSC Sଧଃଷ୍ଟଧା._ବାହାର ଖୋଳ & \ حتھaخت پذاہک محaحے ー式。 J o .سميs éaᏮᏮ☽ ❍Ꮋ6! ବାହାର ଖୋଳ ସଣ୍ଡୁଆଶିର ଗୋଟିଏ ବାହୁରେ ଓ ଭିତର କେବୁଲ ଆଉ ଗୋଟିଏ ବାହୁରେ ଯୋଡ଼ା ହୋଇଥାଏ । ଖୋଳ ଭିତରେ ତାରକୁ ଟାଣିଲେ ସଣ୍ଡୁଆଶି ବ୍ରେକର ଦୁଇ ବାହୁ ଟାଣି ହୋଇ ରିମ୍ବର ଦୁଇ ଧୀରକୁ ଚାପି ଧରନ୍ତି । ଗିଅର ପେତାଲର ପ୍ରତି ଘେରାରେ ଚକଟିଏ ଗଡୁଥିବା ଦୂରତାକୁ ଗିଅର ଅନୁପାତ କୁହାଯାଏ । ପ୍ରଥମ ଅବସ୍ଥାର ସାଇକେଲ ସବୁକୁ ଚଲାଇବା ପାଇଁ ଆଗ ଚକର କ୍ରାଙ୍କକୁ ସିଧାସଳଖ ବୁଲାଇବାକୁ ହେଉଥିଲା । ଏଥିରେ ପେଡାଲର ପ୍ରତି ଘେରାରେ, ଯାଉଥିବା ଦୂରତା ବା ଗିଅର ଅନୁପାତ ବଢ଼େଇବା ପାଇଁ ଏକମାତ୍ର ବାଟ ଥିଲା ଚକର ଆକାର ବଢ଼େଇବା । ବଡ଼ ଚକିଆ ପେନି-ଫାଦିଙ୍ଗ୍ ସାଇକେଲରେ ଏହା ହିଁ କରାଯାଇଥିଲା । ବଡ଼ ଗିଅର ଅନୁପାତ ପାଇଁ ହବଠାରେ ଆଘୁର୍ଣ୍ଣର ପରିମାଣ ପେଡାଲରେ ପ୍ରୟୋଗ କରାଯାଉଥିବା ଆଘୁର୍ଣ୍ଣ ଠାରୁ ବେଶ୍ କମ୍ ହେବା ଦରକାର । ଏହା ସମତଳ ରାସ୍ତାରେ ଯିବା ପାଇଁ ଠିକ ଥାଏ, କିନ୍ତୁ ଉଠାଣି ରାସ୍ତାରେ ଯିବା ପାଇଁ ବା ହଠାତ୍ ବେଗ ବଢ଼ାଇବା ପାଇଁ ଏହା ବେଶ୍ କଷ୍ଟକର ହୋଇଥାଏ । ତେଣୁ ଦରକାର ଅନୁସାରେ ଗିଅର ଅନୁପାତ ବଦଳାଇବା ପାଇଁ କିଛି ଉପାୟ ଆବଶ୍ୟକ ହେଲା । କାରଣ ସାଇକେଲକୁ ଚଲାଇବା ଆରମ୍ଭ କଲାବେଳେ ଓ ଉଠାଣି ରାସ୍ତାରେ ଯିବାବେଳେ ଗିଅର ଅନୁପାତ କମ୍ ଏବଂ ସାଧାରଣ ରାସ୍ତା ପାଇଁ ତାହା ଅଧିକ ରଖିବା ୪୮ ସiଇକେଲର କାହାଣୀ