ପୃଷ୍ଠା:Saikelara Kahani.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦରକାର ହୁଏ । ଏହା ବଡ଼ଚକିଆ କ୍ଷେତ୍ରରେ ସମ୍ଭବ ନଥିଲା । କାରଣ ଏହି ଗିଅର ଅନୁପାତ ସିଧାସଳଖ ଚଲାହେଉଥିବା ଆଗ ଚକର ଆକାର ଉପରେ ନିର୍ଭର କରୁଥିଲା । ଚେନ୍ ଚାଳିତ ନିରାପଦ ସାଇକେଲରେ ଗିଅର ଅନୁପାତ ବଦଳାଇବାର ସମ୍ଭବ ଥିଲା । ଗିଅର ବଦଳାଇବା ପାଇଁ ବିଭିନ୍ନ ପ୍ରକାରର କୌଶଳ ର ଚିନ୍ତା କରାଯାଇଛି । କିନ୍ତୁ ଆଜିକାଲି ବହୁଳ ଭାବରେ ବ୍ୟବହାର ହେଉଥିବା କୌଶଳଟି ହେଉଛି ପଛ ଚକରେ ବିଭିନ୍ନ ବ୍ୟାସର ଅନେକଗୁଡ଼ିଏ ଦ୍ରକେଟର ବ୍ୟବହାର । ଚେନଟି ବଡ଼ ବ୍ୟାସ ବ୍ର.କେଟରେ ଘୁରୁଥିବା ସମୟରେ ଗିଅର ଅନୁପାତ କମ ଥାଏ ଏବଂ ସାନ ବ୍ୟାସ ସ୍ତକେଟରେ ଘୁରୁଥିଲେ ତାହା ବେଶୀ ହୁଏ । ବ୍ରାକେଟ ବ୍ୟାସ ବଦଳିବା ଯୋଗୁଁ ଚେନ୍ ଢିଲା ହୋଇଯାଏ । ତେଣୁ ବଳକା ରେଚନକୁ ଟାଣି ଧରିବା ପାଇଁ ଏକ ସ୍କ୍ରିଙ୍ଗ୍ଲଗା ପୁଲି ସାହାଯ୍ୟରେ ଧରିନିଆଯାଏ । ଏହାକୁ ତୁତକ (ଡିରେଲିଉର୍) କୁହାଯାଏ । ଗିଅରବଦଳ। ଭାରଦଣ୍ଡ ଚଳାଇଲେ ତାହା ଏକ ତାର ଜରିଆରେ ଚୂତକ ବ୍ୟବସ୍ଥାକୁ ଗୋଟିଏ ପଟକୁ ଟାଣି ଆଣେ ଏବଂ ବେଚନକୁ ଗୋଟିଏ ଦ୍ରାକେଟ ରୁ ଅନ୍ୟ ଦ୍ରକେଟକୁ ଖସାଇ ଦିଏ । ଏହି ବ୍ୟବସ୍ଥାଟି ବେଶ ହାଲୁକା ଓ ଦକ୍ଷ, କିନ୍ତୁ ଏଥିପାଇଁ ଠିକ ଭାବରେ ସମନ୍ୟ ହେବା ଦରକାର । ଗୋଟିଏ ଚୁତକର ହବରେ ତିନି ବା ପାଞ୍ଚଟି ସ୍ତକେଟ ଥାଏ ଏବଂ ସେଥିରୁ ତିନି ବା ପାଞ୍ଚ ଗିଅର ଅନୁପାତ ବା ବେଗ ମିଳି ପାରେ । ଦଶବେଗ ଯାନର ହବରେ ଏହି ଏକା କୌଶଳ ବ୍ୟବହାର ହୋଇଥାଏ ଏବଂ ତାହା ସହ ପେଡାଲ ପାଖରେ ସାନ ବଡ଼ ଦୁଇଟି ଚେନଚକ ରହିଥାଏ । ଦୁଇବେଗ ଚେନଚକ ଓ ପାଞ୍ଚବେଗ ହବ୍ ମିଳିତ ଭାବରେ ଦଶବେଗ ଦେଇଥା’ନ୍ତି । ସାଧାରଣତଃ ଖେଳାଳିମାନେ ଏଭଳି ଦଶବେଗ ସାଇକେଲ ବ୍ୟବହାର କରନ୍ତି । ସାଇକେଲର ବିଭିନ୍ନ ଅଂଶ ୪୯