ପୃଷ୍ଠା:Saikelara Kahani.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଉପର ନଳୀ ମୁଣ୍ଡ କୋଣ ଫେର୍କଅଗ୍ର ଦୂରତା ଠିକିରି ଫ୍ରେମ୍ ଏକ ତ୍ରିଭୁଜକାର ଏବଂ ଦକ୍ଷ ଆକୃତି । ଏହା ଗତ ଶହେ ବର୍ଷ ଧରି ସାଇକେଲର ମୁଖ୍ୟ ଫ୍ରେମ୍ ହୋଇ ରହିଛି । ମୋଲ୍ଟନ ଫ୍ରେମ୍ ଅଧିକ ଶକ୍ତ ନୁହେଁ, କିନ୍ତୁ ତା’ର ଅନ୍ୟ କିଛି ସୁବିଧା ରହିଛି । ତାନ ବା ସଂପୀଡ଼ନରେ ଭାର ସମ୍ଭାଳୁଥିବା ହାଲୁକା ଗଠନଟିଏ ବେଶ୍ ଭାର ବହନ କରିପାରେ । ତେଣୁ ଗୁଡ଼ିଏ ତ୍ରିଭୁଜରେ ଗଢ଼ା କୌଣସି ଆକୃତି ଏଭଳି ଅଧିକ ଭାର ସମ୍ବଳିପାରେ । ଟାୱାର କ୍ରେନ୍, ଛାତକୁ ଧରିରଖୁଥିବା ଲୁହା ଖୁଣ୍ଟ, ଇସ୍ପାତ ପୋଲ ଆଦିରେ ଏହି ତ୍ରି ଭୁଜା କାର ଗଠନ ବ୍ୟବହାର ହୁଏ । ସେଥିପାଇଁ ଆଧୁନିକ ନିରାପଦ ସାଇକେଲର ଠିକିରି ଫ୍ରେମ ମଧ୍ୟ ତ୍ରିଭୁଜାକାର କରାଯାଇଥିଲା । ତ୍ରିଭୁଜିକରଣର ଚରମ ରୂପ ଦେଖିବାକୁ ମିଳିଥିଲା ୧୯୦୭ ମସିହାରେ ନିର୍ମିତ ତତ୍ୱଲି-ପେଡର୍ସନ୍ ସାଇକେଲରେ । ଏହା ଏତେ ହାଲୁକା ହୋଇଥିଲା ଯେ ପୂରା ଫ୍ରେ ମ୍ର ଓଜନ ଥିଲା ମାତ୍ର ୬୪ କିଲୋଗ୍ରାମ । 89 GH6N66FF6 Głĝlélf