ପୃଷ୍ଠା:Saikelara Kahani.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୯୦୭ ମସିହାରେ ପ୍ରଥମଥର ପାଇଁ ତତ୍ୱଲି-ପେଡରୁଘନ୍ ନାମକ ସାଇକେଲ ନିର୍ମାଣ କରାଯାଇଥିଲା । ସମ୍ପୁର୍ଣ ତ୍ରିଭୁଜିକରଣ ଯୋଗୁଁ ଏହାର ଫ୍ରେମ୍ ସବୁଠାରୁ ହାଲୁକା ଥିଲା । ଏହାର ଝୁଲନ୍ତା ସିଟ ବିଶେଷ ଭାବରେ ଆଦୃତ ହୋଇଥିଲା । ଡେନ୍ମାର୍କର ଏକ ବ୍ୟବସାୟ ପ୍ରତିଷ୍ଠାନ ଏବେ ଏହାକୁ ପୁଣି ତିଆରି କରୁଛନ୍ତି ! ମୋଲ୍‌ଟନ ସାଇକେଲରେ ଛକି ଆକାରର ଫ୍ରେମ୍ ଥିଲା । ତାହା କିନ୍ତୁ ତ୍ରିଭୁଜାକାର ଫ୍ରେମ ପରି ଶକ୍ତ ନଥିଲା । ଗୋଟିଏ ଖୋଲା ଫ୍ରେମର ସୁବିଧା ପାଇବାକୁ ହେଲେ ଅଧିକ ଓଜନର ଅସୁବିଧାକୁ ସହିବାକୁ ପଡ଼ିବ ! ସାଇକେଲର ବିଭିନ୍ନ ଅଂଶ ୫୩