ପୃଷ୍ଠା:Saikelara Kahani.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୮୮୭ରେ ପ୍ରଥମେ ଠିକିରି ଫ୍ରେମ୍ ବ୍ୟବହର କରାଗଲା ଏବଂ ତା’ପର ଠାରୁ ପ୍ରାୟ ସବୁ ସାଇକେଲରେ ଏହା ଲାଗିଲା । ୧୯୬୪ରେ ତିଆରି ହୋଇଥିବା ମୋଲଟନ ସାଇକେଲ କିନ୍ତୁ ଏହାର ଏକ ବ୍ୟତିକ୍ରମ ଥିଲା । ସେଥିରେ ଛକି ଆକାରର ଫ୍ରେମ୍ ବ୍ୟବହାର ହୋଇଥିଲା । ଏହି ଫ୍ରେମ୍ ଠିକିରି ଫ୍ରେମଠାରୁ ବେଶୀ ଓଜନିଆ ଥିଲା । କିନ୍ତୁ ତାହା ଯୋଗୁଁ ସ୍କର୍ଟ ପିନ୍ଧୁଥିବା ସ୍ତ୍ରୀ ଲୋକଙ୍କୁ ସାଇକେଲ ଚଢ଼ିବା ସୁବିଧା ହେଲା । ଓଜନ କମାଇବାର ଆଉ ଗୋଟିଏ ଉପାୟ ହେଲା ମୁଖ୍ୟ ଫ୍ରେମରେ ଫମ୍ପା ନଳୀର ବ୍ୟବହାର । ବାଉଁଶ ହେଉଛି ଫମ୍ପା ନଳୀର ଏକ ଉଦାହରଣ । ଏହା ସେହି ଏକା ଓଜନର କାଠ କଡ଼ି ଠାରୁ ଦୁଇଗୁଣ ଅଧିକ ଓଜନ ବୋହିପାରେ । .ே8 2:6ெவிஇெ விig|கி1