ପୃଷ୍ଠା:Saikelara Kahani.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାଇକେଲର ବିଜ୍ଞାନ ᎧᏡᎮ ☾3 Ꮿlf316a ଯେ କୌଣସି ଗାଡ଼ିର ପରିଯୋଜନାରେ ବିଚାର କରାଯାଉଥିବା ପ୍ରଥମ ବିଷୟ ହେଉଛି ବଳ ଓ ପାୱାର ର ହିସାବ । ଭୂମିରେ କୌଣସି ବସ୍ତୁ ଗତି କରୁଥିଲେ ବା ଗଡୁଥିଲେ ‘ଏପରି କିଛି ବଳ ଉତ୍ପନ୍ନ ହୁଏ ଯାହା କି ସେହି ଗତିକୁ ବାଧା ଦେବାକୁ ଚେଷ୍ଟା କରିଥାଏ । ତେଣୁ ଏହି ପ୍ରତିରୋଧୀ ବଳକୁ କାଟିବା ପାଇଁ । ଆମକୁ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼େ । କୌଣସି ବସ୍ତୁର ତୃରଣ ପାଇଁ ମଧ୍ୟ ଅଧିକ ବଳ ଦରକାର । ଅଧିକ ଓଜନିଆ ବା ଅଧିକ ତୃରଣଧାରୀ ବସ୍ତୁ ପାଇଁ ଅଧିକ ବଳ ଆବଶ୍ୟକ ହୁଏ । ତେଣୁ ସାଇକେଲ ଦୌଡ଼ରେ ଅଧିକ ତୃରଣ ପା ଇବା ପାଇଁ ଖେଳାଳି ତଳ ର ତିନୋଟି ଜିନିଷ ପ୍ରତି ଧ୍ୟାନ ଦିଏ । ୧- ପ୍ରତିରୋଧୀ ବଳକୁ କମ୍ କରିବା, ୨- ଓଜନକୁ କମ୍ ରଖିବା, ୩- ଯଥା ସମ୍ଭବ ଅଧିକ ବଳ ପ୍ରୟୋଗ କରିବା । ସେହିପରି ଉଠାଣିରେ ଅଧିକ ବଳ ଦରକାର ହୁଏ, କାରଣ ବସ୍ତୁର ଓଜନକୁ ଉଚ୍ଚ କୁ ଟାଣି ନେବାକୁ ହୁଏ । ଆମେ ଜାଣିଛେ ଯେ ଅଧିକ ବଳ ପ୍ରୟୋଗ କରିବାକୁ ଥିଲେ ନୀଚ ଗିଅର ବ୍ୟବହାର କରିବାକୁ ପଡ଼େ । ସେଥିପାଇଁ ଆମେ ଗତିର ଆରମ୍ଭରେ ଗାଡ଼ିକୁ ନୀଚ 母莎