ପୃଷ୍ଠା:Saikelara Kahani.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମନେରଖିବା ଉଚିତ ଯେ ଉପରର ସୂତ୍ର କେବଳ ପବନ ସ୍ଥିର ଥିବାବେଳେ ପେଡାଲ ମାରିବା କ୍ଷେତ୍ରରେ ପ୍ରଯୁଜ୍ୟ । ବାୟୁର ବେଗ ତୁଳନାରେ ବସ୍ତୁର ଆପେକ୍ଷିକ ବେଗକୁ ନେଇ କର୍ଷଣ ବଳ ହିସାବ କରାଯାଏ । ପବନ ଘଣ୍ଟାକୁ ୫ କି.ମି- ବେଗରେ ବହୁଥିଲେ ସ୍ଥିର ହୋଇ ରହିଥିବା ସାଇକେଲ ଚଢ଼ାଳି ୫ କି.ମି/ଘଣ୍ଟା ବେଗରେ ଯାଉଥିବା ଭଳି କର୍ଷଣ ବଳ ଅନୁଭବ କରିବ । ଏବେ ଜାଣି ହେଉଥିବ ଯେ ପବନର କର୍ଷଣ ସର୍ବାଧିକ ବେଗକୁ ସୀମିତ ରଖିଥାଏ । ସାଇକେଲ ଚଢ଼ାଳି ଜଣକ ସାଇକେଲର ବେଗ ବଢ଼ାଇବା ପାଇଁ ଯଥା ସମ୍ଭବ କର୍ଷଣକୁ ଜାକିଜୁକି ହୋଇ ବସିବା ଫଳରେ ସମନ ପ୍ରଖର କ୍ଷେତ୍ରଫଳ କମିବା ସହ କର୍ଷଣ କମିଯାଉଛି ଏବଂ ବେଗ ବଚ୍ଚିପଉଛି । ସାଇକେଲର ବିଜ୍ଞାନ ୬୧