ପୃଷ୍ଠା:Saikelara Kahani.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

- 匣 - ବାୟୁଗତି ବିଜ୍ଞାନ ସମ୍ମତ ଆକାରର ଖେଳରେ ସାଇକେଲକୁ ଆବଦ୍ଧ କଲେ ଏହା ବହୁତ ପରିମାଣରେ କର୍ଷଣ କମାଇଦେବ । ଚାଳକ ଆଉଜି କରି ବସିବା ଫଳରେ ସାମନା ପାଖର କ୍ଷେତ୍ରଫଳ କମିଯାଏ ଏବଂ ବାଧ୍ୟ ମଧ୍ୟ କମିଯାଏ ! ପରିମାଣର ବଳ ପ୍ରୟୋଗ କରିବାକୁ ପଡ଼େ । ଏହା ସାଧାରଣ୍ ପ୍ରତିରୋଧକୁ କାଟିବା ପାଇଁ ପ୍ରୟୋଗ ହେଉଥିବା ବଳ ଠାରୁ ଅଧିକ ହୋଇଥିବାରୁ ଏହା ବେଶି କଷ୍ଟକର ହୋଇଥାଏ । ଗିଅରଲଗା ଗାଡ଼ି ବ୍ୟବହାର କରି କମ୍ ଗିଅର ଅନୁପାତକୁ ବଦଳାଇଦେଲେ ବେଗ ସିନା କମିଯାଏ, କିନ୍ତୁ ଚଢ଼ାଳି ଅଧିକ ଯାନ୍ତିକ ଲାଭ ପାଏ । ଫଳରେ ସେ ଧୀରେ, କିନ୍ତୁ ଆରାମରେ ଚଢ଼ିଯାଏ । ଶକ୍ତି ସମୀକ୍ଷାରେ ଏବେ ଆଉ ଏକ ଶବ୍ଦ ଆସିଲା । ଚଢ଼ାଳି ଉପରକୁ ଯିବା ବେଳେ ତା’ର ସ୍ଥିତିଜ ଶକ୍ତି ବଢ଼େ ଏବଂ ମାଂସପେଶୀ ଏହି ଶକ୍ତି ଯୋଗାଇବାକୁ ବାଧ୍ୟ ହୋଇଥାଏ । ତେଣୁ ପ୍ରତିରେଧ କାଟିବା ପାଇଁ ମିଳୁଥିବା ପାୱାର ସେହି ପରିମାଣରେ କମିଯାଏ ଏବଂ ସାଧାରଣ ଭୂମିର ବେଗ ଠାରୁ ସାଇକେଲ ଧୀରେ ଯାଏ । ସାଇକେଲର ବିଜ୍ଞାନ ୬୫