ପୃଷ୍ଠା:Saikelara Kahani.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରେକ ଦେବା ସାଧାରଣତଃ ରବର ଭଳି କିଛି ଘର୍ଷକ ଜିନିଷର ପଞ୍ଜୀତକୁ ସାଇକେଲ ରିମର ଭିତର ପାଖରେ ବା କଡ଼ରେ ଚାପି କରି ବ୍ରେକ ଦିଆଯାଇଥାଏ ! ଏହା ଚକର ଘୁରିବାକୁ ବନ୍ଦ କରେ, ତେଣୁ ଟାୟାର ରାସ୍ତାରେ ନଗଡ଼ି ଘୋଷାଡ଼ି ହୁଏ । ଆଗରୁ ଆମେ ଜାଣିଛେ ଯେ ଖସିବାର ଘର୍ଷଣ ଗଡ଼ିବାର ଘର୍ଷଣ ଅପେକ୍ଷା ୧୦୦ ଗୁଣ ଯାଏଁ ଅଧିକ ହୋଇପାରେ । ତେଣୁ ଭୂଇଁ ଏବଂ ଖସୁଥିବା ଚକ ମଧ୍ୟରେ ଏହି ବଳ ସାଇକେଲର ବେଗକୁ କମାଇ ଚାଲେ ଏବଂ ଶେଷରେ ସାଇକେଲ ସ୍ଥିର ହୋଇଯାଏ ! ବ୍ରେକ ଦେବା ସମୟରେ ସତର୍କ ହେବାକୁ ପଡ଼େ । ଏକା ଥରକରେ ଦୁଇ ଚକରେ ପୂରା ମାତ୍ରାର ବ୍ରେକ ଦେଲେ ଚକ ଦୁଇଟି ହଠାତ୍ ଅଟକିଯିବ ଏବଂ ଅତ୍ୟଧିକ ପରିମାଣର ଘର୍ଷଣ ବଳ ସୃଷ୍ଟି ହେବ । ଏହା ଫଳରେ ଯେଉଁ ଉଚ୍ଚ ଆଘୁର୍ଣ୍ଣ ସୃଷ୍ଟି ହେବ ତାହା ସାଇକେଲ ଓ ଚଢ଼ାଳି କୁ ଆଗ ଚକ ଉପରେ ଓଲଟାଇଦେବ । ଜରୁରୀ ଆଗ ଚକର ବ୍ରେକ ଦେଲେ ରାସ୍ତାର ଘର୍ଷଣ ବଳ ସାଇକେଲକୁ ବିନ୍ଦୁ ୨ ଠାରେ ଘୁରାଇ ଦିଏ । ଆଗ ଚକର ବ୍ରେକ ସତର୍କତା ସହ ଦେବା ଉଚିତ । ସାଇକେଲର ବିଜ୍ଞାନ ୬୭