ପୃଷ୍ଠା:Saikelara Kahani.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଥିରତ! ଛୋଟ ପିଲା ଏବଂ ବଡ଼ ମଣିଷଙ୍କ ଫାଇଁ ହାତ ଛାଡ଼ି ସାଇକେଲ ଚଲାଇବାଠାରୁ ଆଉ ଅଧିକ ରୋମାଞ୍ଚକର ଅନୁଭୂତି କିଛି ହେଇପାରେନା । ହାତରେ ଧରିଥିଲେ ବି ମାତ୍ର ଦୁଇଟି ଚକ ଥିବା ଏହି ଯାନଟି ଯେ ଆବତଃ ଖାବଡ଼ା ରାସ୍ତାରେ ସିଧା ଚଲେଇ ହେଉଛି ତାହା ମଧ୍ୟ କୁହୁକ ପରି ଳାରେ । - ପ୍ରତ୍ୟେକ ଚଢ଼ାଳି ଜାଣନ୍ତି ଯେ ଯାଦୁକର ନିଜ ଆଙ୍ଗୁଠି ଟି ପରେ ଖଣେଣ୍ଟ୍ ବାଡ଼ିକୁ ଛିଡ଼ା କରି ରଖିଲା ପରି ସାଇକେଲକୁ ମଧ୍ୟ ତଳେ ନ ପକାଇ ସମ୍ଭାଳିବାକୁ ପତି ଥାଏ । ଢଳୁଥିବା ଦିଗରେ ସାଇକେଲକୁ ମୁହାଁଇଦେଲେ ତାହା ପୁଣି ସିଧା ହୋଇଯାଏ । ଅର୍ଥାତ, ଯଦି ସାଇକେଲଟି ବାମକୁ ଢଳୁଥାଏ, ତେବେ ଆଗ ଚକ ବାମକୁ ବକୋଙ୍କଇଦେଲେ ତାହା ପୁଣି ସିଧା ହେଇଯାଏ । କେବଳ ସାଇକେଲ ଚଲା ଶିଖୁଥିଲା ବେଳେ ଜଣେ ଏହି କାମଟି ସଚେତନ ଭାବରେ ଚେଷ୍ଟା କରି କରିଥାଏ । କିନ୍ତୁ ଚଢ଼ାଳିର ଆତ୍ମବିଶ୍ୱାସ ଆସିଗଲେ ସେ ଚାଲୁଥିବା ସାଇକେଲ ଉପରେ ଆରାମ କରେ ଏବଂ ସାଇକେଲଟି ଆପେ ଆପେ ନିଜକୁ ସିଧା ରଖୁଥିଲା ଭଳି ମନେହୁଏ । ହାତ ଛାଡ଼ି ଚଲେଇବା ବେଳେ ବି ସାଇକେଲ ନିଜ କୁ ନିଜେ ସଳଖିଲା ପରି ଲାଗେ । ତେବେ ସାଇକେଲଟି ଟଳି ପଡ଼ିବାକୁ ଗଲାବେଳେ କିପରି ନିଜକୁ ନିଜେ ସିଧା କରିନିଏ ? ଏହା ଏକ ଜଟିଳ ପ୍ରଶ୍ନ । ଏଥିରେ ଷ୍ଟିଅରିଙ୍ଗ୍ ମୁଣ୍ଡରେ ଜଟିଳ ଜ୍ୟାମିତି ଯୋଡ଼ା ହୋଇଥିବାରୁ ତାହାକୁ ବୁଝିବା ଆହୁରି କଷ୍ଟ ହୋଇଯାଏ । ଷ୍ଟିଅରିଙ୍ଗ୍ ନଳୀର ଅନତି (ଷ୍ଟିଅରିଙ୍ଗ୍ ମୁଣ୍ଡ କୋଣ), ଆଗର ଫୋର୍କର ବକ୍ରତା (ଷ୍ଟିଅରିଙ୍ଗ୍ ମୁଣ୍ଡ କୋଣର ଅଂଶ) ଏବଂ ଭୂଲମ୍ବ ଅବସ୍ଥାରୁ ସାଇକେଲ ଫ୍ରେମର ଢଳିବାର ପରିମାଣ ଏକ ଜଟିଳ ସiଇକେଲର ବିଜ୍ଞାନ ୬୯