ପୃଷ୍ଠା:Saikelara Kahani.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାଇକେଲରେ ମୁଣ୍ଡ କୋଣ ୭୨°ରୁ ୭୪” ମଧ୍ୟରେ ଏବଂ ଫୋର୍କଅଗ୍ର ଦୂରତା ଚକ ବ୍ୟାସର ଶତକଡ଼ା ୬ରୁ ୮ ଭାଗ ହୋଇଥାଏ । ଫେର୍କଅଗ୍ର ଦୂରତା କମ୍ ହେଲେ ସାଇକେଲ ବେଶି ସ୍ଥିର ହେବ, କିନ୍ତୁ ତା’ର ହାଣ୍ଡଲ୍ ମୋଡ଼ିବାକୁ ଅଧିକ ବଳ ଦରକାର ହେବ । ସାଇକେଲ – ମଣିଷ ଦେହ ସହ ଖା ପଖାଉଥିବା ଏକ ଯନ୍ତ୍ର ଉନ୍ନତ କୌଶଳ ଓ ଯନ୍ତ୍ରପାତି ଏବଂ ପଦାର୍ଥ ବିଜ୍ଞାନର ତତ୍ତ୍ବର ବ୍ୟବହାର ଯୋଗୁଁ ସାଇକେଲ ଆଜିର ବିକଶିତ ଅବସ୍ଥାକୁ ଆସିପାରିଛି । କିନ୍ତୁ ସାଇକେଲ କେବଳ ତା’ର ବିଭିନ୍ନ ଅଂଶମାନଙ୍କର ସମଷ୍ଟିଠାରୁ ଢେର ଅଧିକ । ସାଇକେଲର ଓଜନ କମିବା ତା’ର ଦକ୍ଷତା ବଢ଼ାଇବା ଦିଗରେ ଆ’ଶିକ ଭାବରେ ସାହାଯ୍ୟ କରିଛି । ବଲ ବିଅରିଙ୍ଗ୍ ଓ ବୁଶ୍ ରୋଲର ଚେନ୍ ଯୋଗୁଁ ଘର୍ଷଣ କମିବା ଏବଂ ପବନଭରା ଟାୟର ଯୋଗୁଁ ଗଡ଼ିବାର ପ୍ରତିରୋଧ କମିଯିବା ମଧ୍ୟ ସାଇକେଲର ଦକ୍ଷତା ବଢ଼ାଇବା ଦିଗରେ ବିଶେଷ ସାହାଯ୍ୟ କରିଛନ୍ତି । ସାଇକେଲ ଅଧିକ କାର୍ଯ୍ୟକୁଶଳ ହେବାର ମୂଖ୍ୟ କାରଣ ହେଉଛି ଏହା ମଣିଷର ଦେହ ସହିତ ଯେଉଁ ଭାବରେ ଖାପ ଖାଇଥାଏ । ଚାଲୁଥିବ ବା ଦୌଡ଼ୁଥିବା ମଣିଷ ପରି ସାଇକେଲ ଚାଳ କର ଗୋଡ଼ ଦୁଇଟି ତା ଓଜନକୁ ବୋହିନଥାଏ । ଗୋଡ଼ର ମୁଖ୍ୟ ମାଂଶପେଶୀଗୁଡ଼ିକ କେବଳ ସାଇକେଲର ଗତି ପାଇଁ ଶକ୍ତି ଯୋଗାଇବାରେ ସାହାଯ୍ୟ କରନ୍ତି, କିନ୍ତୁ ଦେହକୁ ସିଧା ରଖିବାରେ ତାଙ୍କର କୌଣସି ଭୂମିକା ନଥାଏ । ଯେତାଲ ମାରିବା ପାଇଁ ମଣିଷ ଦେହର ସବୁଠାରୁ ଶକ୍ତିଶାଳୀ ଜଙ୍ଘ ମାଂସପେଶୀ କାମ କରେ । ଚାଲିବା ସମୟରେ ପୂରା ଦେହ ଏକ ଭୂଲମ୍ ସମତଳରେ ହଲୁଥାଏ ଏବଂ ଦେହର ପ୍ରତି ଅଂଶ କିଛି କାମ କରୁଥାଏ । କିନ୍ତୁ ସାଇକେଲ ସiଇକେଲର ବିଜ୍ଞାନ ୭୩