ପୃଷ୍ଠା:Saikelara Kahani.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚଲାଇବା ସମୟରେ ମଣିଷର ଦେହ ର ଉପର ଭାଗ ସ୍ଥିର ଥାଏ, ପାଦ ଏକ ଗୋଲାକାର ପଥରେ ବୁଲୁଥାଏ ଏବଂ କେବଳ ଜଙ୍ଘ ହିଁ ଉପର ତଳ ହେଉଥାଏ । ସାଇକେଲ ଫ୍ରେମର ଜ୍ୟମିତି ଏଭଳି ହୋଇଛି ଯେ ଆମର ଗୋଡ଼ ଲମ୍ବ ଭାବରେ ପେଡାଲ ଉପରେ ଖସେ ଏବଂ ଆମେ ଦେଉଥିବା ବଳ ର ସର୍ବାଧିକ ଭାଗ କାମରେ ଲାଗିଥାଏ । ହାଣ୍ଡଲ୍ ଦଣ୍ଡ ଓ ସିଟ ଏପରି ଭାବରେ ଅବସ୍ଥିତ ଯେ ଆମ ବାହୁ ପ୍ରାୟ ସିଧା ରହେ ଏବଂ ଆମ ଦେହରେ ଅଯଥା ଚାପ ପଡ଼େ ନାହିଁ । ରେସିଙ୍ଗ୍ ସାଇକେଲରେ ବସିବାର ଢଙ୍ଗ ଟିକିଏ ଅବାଗିଆ, କିନ୍ତୁ ଖେଳାଳୀଙ୍କ ଲକ୍ଷ ଅଲଗା । ସେମାନେ ଆରାମରେ ବସିବା ଅପେକ୍ଷା କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ ଦେଇଥା’ନ୍ତି । ஒ8 இலிஇெ இெ!கி1