ପୃଷ୍ଠା:Saikelara Kahani.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସାଇକେଲର ବିବର୍ତ୍ତନ କାହାଣୀ ବେଶ୍ ମଜାଦାର । ଏକ ସାଧାରଣ ଚକଲଗା କାଠକଡ଼ି ଅବସ୍ଥାରୁ ଆସି ଏହା ଆଜିର ଉନ୍ନତ ଅବସ୍ଥାରେ ପହଞ୍ଚିଛି । ପ୍ରତି ପାଦର ଭୁଲଭଟକାକୁ ସୁଧାରିବାର ଏହି ବିବର୍ତ୍ତନ ପ୍ରକ୍ରିୟାଟି କେବେ ଅତି ଧୀର ତ କେବେ ବେଶ୍ ଦ୍ରୁତ ହୋଇଥିଲା ।
ଏହି ବହିରେ ଟ୍ରେଡ଼ଲ, କ୍ରାଙ୍କ, ପରିବେଶ ଅନୁପାତ, ସଂଚରଣ, ଗିଅର, ଘର୍ଷଣରୋଧୀ ବିଅରିଙ୍ଗ ଆଦି ସାଇକେଲର ବିଭିନ୍ନ ଅଂଶ ଏବଂ ସାଇକେଲ ଚଳାଇବା ପଛରେ ଥିବା ମୌଳିକ ବିଜ୍ଞାନ ତତ୍ତ୍ୱର ଆଲୋଚନା କରାଯାଇଛି । ଅଧିକ ଜାଣିବା ପାଇଁ ସାଇକେଲର ଇତିହାସ ଏବଂ ବିଜ୍ଞାନ ସମ୍ପର୍କିତ କିଛି ଇଣ୍ଟରନେଟ୍ ୱେବସ୍ଥଳୀର ଠିକଣା ମଧ୍ୟ ଦିଆଯାଇଛି ।
ମୂଳ ଇଂରାଜୀ ବହିଟିର ଲେଖକ ବିଜୟ ଗୁପ୍ତା କାନପୁର ଆଇ.ଆଇ.ଟି.ର ବ୍ୟୋମ-ଇଞ୍ଜିନିଅରିଙ୍ଗ୍ ବିଭାଗର ଅଧ୍ୟାପକ । ସାଧାରଣ ଶିକ୍ଷା ବିଷୟରେ ତାଙ୍କର ବେଶ୍ ଆଗ୍ରହ ରହିଛି ଏବଂ ବିଭିନ୍ନ ଇଞ୍ଜିନିଅରିଙ୍ଗ୍ ପାଠବହି ଓ ଇଞ୍ଜିନିଅରିଙ୍ଗ୍‌ଧର୍ମି ଲୋକପ୍ରିୟ ନିବନ୍ଧ ସେ ଲେଖିଛନ୍ତି । ୟୁଜିସିର ଦେଶବ୍ୟାପୀ ଶ୍ରେଣୀଗୃହ କାର୍ଯ୍ୟକ୍ରମ ପାଇଁ ଅନେକଗୁଡ଼ିଏ ଶିକ୍ଷଣୀୟ ଭିଡିଓ ପ୍ରସ୍ତୁତ କରିଛନ୍ତି । ତାଙ୍କର ଗୋଟିଏ ଭିଡ଼ିଓ "ଉଡ଼ନ୍ତୁ। ଯନ୍ତ୍ର" (ଦି ଫ୍ଲାଇଙ୍ଗ ମେସିନ୍) ଜାତୀୟ ସ୍ତରରେ ପୁରସ୍କୃତ ।
ଜୀବନ କୁମାର ପଣ୍ଡା ବିଜ୍ଞାନ ଓ ଶିକ୍ଷା ଦିଗରେ କାମ କରୁଥିବା ଆଗ୍ରହୀ ଦଳ ସୃଜନିକା ତଥା ତା’ର ପ୍ରଶିକ୍ଷଣ ଏବଂ ସମ୍ପ୍ରସାରଣ କାମ ଏବଂ ବିଜ୍ଞାନ ତରଙ୍ଗ ପତ୍ରିକା ସହ ଯୋଡ଼ା ।

ମୂଲ୍ୟ: ଟ ୧୫.୦୦