ପୃଷ୍ଠା:Saptascharya.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଧ୍ୟାତ୍ମିକ ଆଶ୍ଚର୍ଯ୍ୟର ମାନ୍ୟତା ଦିଆଯାଇଥିଲା । ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗ ବୌଦ୍ଧମଠକୁ ଘୋଷଣା କରାଯାଇଥିଲା ଭାରତର ଶାନ୍ତିର ଆଶ୍ଚର୍ଯ୍ୟ । ଏନ୍‍.ଡି.ଟିଭିର ଏହି ଭାରତୀୟ ସପ୍ତାଶ୍ଚର୍ଯ୍ୟରେ କିନ୍ତୁ ସ୍ଥାନ ପାଇ ପାରିିଥିଲା ଓଡ଼ିଶାର କୋଣାର୍କ ମନ୍ଦିର । ଏହି ତାଲିକାରେ ସ୍ଥାନ ପାଇିବା ଭାସ୍କର୍ଯ୍ୟଗୁଡ଼ିକ ହେଲେ- କୋଣାର୍କର ସୂର୍ଯ୍ୟମନ୍ଦିର, ମଦୁରାଇର ମୀନାକ୍ଷୀ ମନ୍ଦିର, ମଧ୍ୟପ୍ରଦେଶର ଖଜୁରାହୋ, ଦିଲ୍ଲୀର ଲାଲକିଲ୍ଲା, ରାଜସ୍ଥାନର ଜୈସଲମେର ଦୁର୍ଗ, ବିହାରର ନାଳନ୍ଦା ଓ ଗୁଜରାଟର ଧୋଲାଭିର ।
'ସପ୍ତାଶ୍ଚର୍ଯ୍ୟ ତାଲିକା' ମାନଙ୍କ ତାଲିକା ବି ଖୁବ ଲମ୍ବା । ବିଭିନ୍ନ ବିଦ୍ୱାନ ଓ ବିଭିନ୍ନ ଗୋଷ୍ଠୀ ବିଭିନ୍ନ ବସ୍ତୁ ଦ୍ୱାରା ଆଶ୍ଚର୍ଯ୍ୟାନ୍ୱିତ ହୋଇଛନ୍ତି । ତେଣୁ ଆହୁରି ଅନେକ ପ୍ରକାରର ସପ୍ତାଶ୍ଚର୍ଯ୍ୟର ତାଲିକା ମଧ୍ୟ ଅଛି ।

ସପ୍ତାଶ୍ଚର୍ଯ୍ୟ ୧୧