ନାଆଁରୁ ଲାଗିପାରେ ମୁଁ କୁଆଡେ଼ ଥିଲି ଆକାଶରୁ ଝୁଲୁଥିବା ବଗିଚା । ମୁଁ କିନ୍ତୁ ପ୍ରକୃତରେ
ଥିଲି ବଗିଚାର ଏକ ବହୁତଳ ବିଶିଷ୍ଟ ପ୍ରାସାଦ । ମେସୋପଟାମିଆର ଶୁଷ୍କ, ସମତଳ ପରିବେଶ
ଭିତରେ ଖୁବ୍ ଦୂରରୁ ଦେଖାଯାଉଥିଲା ଏହି ଗଛପତ୍ରରେ ଭର୍ତ୍ତି ଉଚ୍ଚ ବହୁତଳ ପ୍ରାସାଦ । ଦୂରରୁ
ଲାଗୁଥିଲା ଯେପରି ବଗିଚାଟିଏ ଆକାଶରେ ଭାସୁଛି ! ତେଣୁ ଲୋକେ ମୋର ନାଁ ଦେଇଥିଲେ
ବେବିଲୋନ୍ର ଝୁଲନ୍ତା ବଗିଚା । ମରୁପ୍ରାନ୍ତର ମଧ୍ୟରେ ଥାକ ଥାକ ଛାତମାନଙ୍କ ଉପରେ ବଗିଚା ।
ବିଶ୍ୱାସ କରିପାରିନଥିଲେ ସେ କାଳର ଲୋକେ । ତେଣୁ ମୋତେ ଗ୍ରହଣ କରିିଥିଲେ ସପ୍ତାଶ୍ଚର୍ଯ୍ୟଙ୍କ
ମଧ୍ୟରେ ।
ବେବିଲୋନ୍ ଥିଲା ମେସୋପୋଟାମିଆ ସାମ୍ରାଜ୍ୟର ରାଜଧାନୀ । ଏହି ମହାନ ସହରର
ଅବଶେଷ ଆଜିବି ଦେଖିବାକୁ ମିଳେ ଇରାକର ଅଲ୍ହିଲ୍ଲାହ ସହର ନିକଟରେ । ଖ୍ରୀଷ୍ଟପୂର୍ବ ଷଷ୍ଠ
ଶତାବ୍ଦୀରେ ମେସୋପଟାମିଆ ସାମ୍ରାଜ୍ୟର ସମ୍ରାଟ ଥିଲେ ନେବୁଚାଦେନେଯର ଦ୍ୱିତୀୟ (ଖ୍ରୀଷ୍ଟପୂର୍ବ
୬୦୫-୫୬୨) । ସବୁ ରାଜାଙ୍କ ଭଳି ସେ ବି ଯୁଦ୍ଧ କରିିଥିଲେ ଓ ଶାନ୍ତି ପ୍ରତିଷ୍ଠା ପାଇଁ ବିବାହ
କରିିଥିଲେ । ରାଜନୀତିର ଗୋଟିଚାଳନା ଦ୍ୱାରା ସେ ବାହା ହୋଇଥିଲେ ମେଡେସ୍ର ରାଜାଙ୍କ
କନ୍ୟା ଆମିଟିସ୍ଙ୍କୁ । ନେବୁଚାଦେନେଯରଙ୍କର ଅନେକ ପତ୍ନୀ ଓ ରକ୍ଷିତା ଥିଲେ ମଧ୍ୟ ତାଙ୍କର
ସବୁ ପ୍ରେମ ଅଜାଡ଼ି ହୋଇ ପଡ଼ିିଲା ଆମିଟିସ୍ଙ୍କ ପ୍ରତି । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ସମାନତା
ଥିଲା ଖୁବ୍ କମ୍ । ଆମିଟିସ୍ ବଢ଼ିିଥିଲେ ସବୁଜିମା ଭରା ପାର୍ବତ୍ୟ ଅଞ୍ଚଳରେ । ନେବୁଚାଦେନେଯରଙ୍କ
ମଧ୍ୟରେ ଭରି ରହିିଥିଲା ମରୁଭୂମିର ରୁକ୍ଷତା, ଯେଉଁଠାରେ ସେ କଟାଇଥିଲେ ନିଜର ଜୀବନ ।
କିନ୍ତୁ ପ୍ରେମ ଏକାଠି କରିପାରିିଥିଲା ଦୁଇ ଜଣଙ୍କ ମନକୁ ।
ପୃଷ୍ଠା:Saptascharya.pdf/୨୪
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୪ ସପ୍ତାଶ୍ଚର୍ଯ୍ୟ