Jump to content

ପୃଷ୍ଠା:Saptascharya.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମୁଖବନ୍ଧ

ସଂସାରର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଆମେ ନିଜେ । ଆମ ହୃଦୟର ପ୍ରତ୍ୟେକ ସ୍ପନ୍ଦନ, ନିଃଶ୍ୱାସ ଓ ମୁହୂର୍ତ୍ତରେ ଭରି ରହିଛି ଜୀବନର ବିସ୍ମୟକର ସତ୍ତା ଓ ସମ୍ଭାବନା । ଜୀବନ ନ ଥିଲେ କୌଣସି ଅଲୌକିକତା କିମ୍ବା ବିସ୍ମୟର ସ୍ଥିତି ନଥାନ୍ତା । ଜୀବନୀଶକ୍ତି ସର୍ବବ୍ୟାପୀ । କେଉଁଠି ଏହା ସୁପ୍ତ ଓ ଅନ୍ୟ କେଉଁଠି ଚଳଚଞ୍ଚଳ । ନିଜର ସତ୍ତା ଭିତରେ ଲୁଚି ରହିଛି ଭୂତ, ଭବିଷ୍ୟ ଓ ବର୍ତ୍ତମାନକୁ ପରିବ୍ୟାପ୍ତ କରି ରହିଥିବା ଜୀବନୀଶକ୍ତି ର ବୀଜ । ନିଜ ଭିତରେ ହିଁ ଅଛି ସଂସାରର ସବୁ କିଛି ର ପରିଚୟ । ଏଇଥି ପାଇଁ ତ ଅଷ୍ଟାବକ୍ର ସଂହିଁତାରେ କହାଯାଇଛି, ' ମୁଁ ନିଜେ କି ଆଶ୍ଚର୍ଯ୍ୟ ! ମୋ ନିଜକୁ ନମସ୍କାର !"
ପିଲାଦିନ୍ତୁ ଏକଥା ଅନୁଭବ କରାଇଥିଲେ ମୋ’ ଗୁରୁମାନେ ମୋ’ ବାପା, ବୋଉ ଓ ପରବର୍ତ୍ତୀ ସମୟରେ ସ୍ୱାମୀ ଯୋଗେଶ୍ୱରାନନ୍ଦ ଗିରି । ମୋ’ ବାପା-ବୋଉ ମୋତେ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପାଠ ପଢ଼ାଇଥିଲେ ମଧ୍ୟ ସବୁବେଳେ ସଚେତନ କରାଇ ଆସିଥିଲେ ଓଡ଼ିଆ ଭାଷାର ମାତୃତ୍ୱ । ଏଣୁ ପଢ଼ା ଓ ପେସା ଭିନ୍ନ ଭାଷାରେ ହେବା ସତ୍ତ୍ୱେ ଓଡ଼ିଆ ଭାଷାର ବୀଜ ବଞ୍ଚି ରହିଥିଲା। ମୋ ଭିତରେ । ଏହାର ଅଙ୍କୁରୋଦ୍‌ଗମ କରାଇଥିଲେ ଅସିତ ମହାନ୍ତି ପ୍ରଭୂତ ପ୍ରୋତ୍ସାହନର ବାରି ସିଞ୍ଚନ ଦ୍ୱାରା । ତେଣୁ ୨୦୦୦ ମସିହା ଯାଏଁ ଓଡ଼ିଆରେ ଆଦୌ ଲେଖାଲେଖି କରିନଥିବା ମୁଁ ଓଡ଼ିଆରେ ଲେଖିବାକୁ ଇଚ୍ଛା କରିବା ମାତ୍ରେ