ପୃଷ୍ଠା:Saptascharya.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଳା ଚିରନ୍ତନ । ବିଶ୍ୱାସ ମଧ୍ୟ । ଅନେକ ସମୟରେ କଳା, ଭାସ୍କର୍ଯ୍ୟ, ସଂସ୍କୃତି ଓ ବିଶ୍ୱାସ ବଞ୍ଚିରହିବା ପାଇଁ ଆଧାର ଭାବେ ବ୍ୟବହାର କରନ୍ତି 'ଧର୍ମ'କୁ । କିନ୍ତୁ କାଳର ସ୍ରୋତରେ 'ଧର୍ମ' ନାମକ ଆଧାର ସ୍ତମ୍ଭ ବି ଦୋହଲି ଯାଏ । ଗୋଟିଏ ଧର୍ମର ଗ୍ଳାନି ସହ ନୂତନ ଚିନ୍ତନ ଓ ଚଳଣିର ପରିଚାୟକ ନୂଆ ଧର୍ମ ଜନ୍ମ ନିଏ । କିନ୍ତୁ ବିଶ୍ୱାସ ଓ କଳାର ଅନ୍ତ ହୁଏନାହିିଁ । ଏଗୁଡିକ 'ଧର୍ମ'କୁ ଆଧାର କରି ବଞ୍ଚୁଥିଲେ ମଧ୍ୟ ଏମାନଙ୍କର ପ୍ରକୃତ ସମ୍ପର୍କ ଥାଏ ଧର୍ମର ଊର୍ଦ୍ଧ୍ୱରେ ଥିବା ଚିରନ୍ତନ ଅଧ୍ୟାତ୍ମ ସହ । ଧର୍ମ ସହିତ ଗଢ଼ି ଉଠିିବା କଳା, ଭାସ୍କର୍ଯ୍ୟ ଓ ବିଶ୍ୱାସର ପ୍ରତୀକଗୁଡ଼ିକ ଧର୍ମର ପତନ ସହ କିଛିସମୟ ପାଇଁ ଲୁଚିଯାଆନ୍ତି । ସେମାନେ ପୁଣି ଥରେ ପରିପ୍ରକାଶ ହୁଅନ୍ତି କିଛି ପରିବର୍ତ୍ତନ ସହ । ଧର୍ମ, ପ୍ରତିପତ୍ତି ଓ ବିଶ୍ୱାସ ସହ କଳା ଓ ଭାସ୍କର୍ଯ୍ୟର ଉତ୍‍‌ଥାନପତନର ପ୍ରତୀକ ମୁଁଆର୍ଟେମିସ୍‍ଙ୍କ ମନ୍ଦିର ।

ଆର୍ଟେମିସ୍‍ଙ୍କ ମନ୍ଦିର

ସପ୍ତାଶ୍ଚର୍ଯ୍ୟ ୩୧