ପୃଷ୍ଠା:Saptascharya.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରକୃତିର ବିରାଟତା ଆଗରେ ନିଜର ନ୍ୟୂନତାକୁ ସହିପାରେନି ମଣିଷ । ବିଭିନ୍ନ ଉପାୟରେ ଚେଷ୍ଟାକରେ ନିଜର ବିରାଟତା ପ୍ରତିପାଦିତ କରିବାକୁ । କିଏ ରାଜ୍ୟ ଜୟ କରେ ତ ଆଉ କିଏ ହୃଦୟ ଜୟ କରେ । ତ‌ଥାପି ବି ବିରାଟତାର ଶୋଷ ମେଣ୍ଟେନା । ନ୍ୟୂନତାର ଭୟ ସରେନା । ନିଜ ମନକୁ ବୁଝାଇବାକୁ ଆରମ୍ଭ କରେ ମଣିଷ । ସେ ବିରାଟତାର ପୁଟ ଦିଏ ନିଜ ବିଶ୍ୱାସର ପ୍ରତୀକମାନଙ୍କଠାରେ । 'ମୋ ଠାକୁର ବଡ଼, ତେଣୁ ମୋତେ ଛୋଟ ବୋଲି ଭାବ ନାହିଁ,' ଏକା ଭାବେ । ଗଢ଼ିଚାଲେ ଆସ୍ଥାର ବିରାଟ ପ୍ରତୀକମାନଙ୍କୁ । କିନ୍ତୁ କାଳର ଅନ୍ତହୀନ ବିରାଟତା ଆଗରେ ବିକଳ ହୁଅନ୍ତି ଦେବତା ଓ ଦେବତ୍ୱର ମାନବ ନିର୍ମିତ ସୌଧମାନେ । ଚିହ୍ନ ବର୍ଣ୍ଣ ରହେନି ବିରାଟତା ଓ ଉତ୍କର୍ଷର ଗର୍ବରେ ଉନ୍ନୀତ ଆସ୍ଥାର ପ୍ରତୀକମାନଙ୍କର । କାଳ ଚିରନ୍ତନ । ତା' ଆଗରେ ମାନବମାନସନିର୍ମିତ ଆସ୍ଥାର ପ୍ରତୀକମାନଙ୍କର ବିରାଟତା ମିଥ୍ୟା । ସେଇ ମିଥ୍ୟା ବିରାଟତାର ଭଙ୍ଗୁରତାକୁ ପ୍ରତୀକିତ କରେ ମୁଁ ଅଲମ୍ପିଆର ଜିଅସ୍‍ ମୂର୍ତ୍ତିି ।

ଅଲମ୍ପିଆର ଜିଅସ୍‍ ମୂର୍ତ୍ତିି