ପୃଷ୍ଠା:Saptascharya.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଁ କେବଳ ଏକ ମୂର୍ତ୍ତିି ନଥିଲି । ମୁଁ ଥିଲି ଗ୍ରୀକ୍‍ ପୁରାଣର ଦେବରାଜ ଜିଅସ୍‍ଙ୍କ ପ୍ରତିମୂର୍ତ୍ତିି । ମୋ ସମ୍ମାନରେ ସଙ୍ଘଠିତ ହେଉଥିଲା ପୂରାତନ ଯୁଗର ଅଲମ୍ପିକ୍ସ କ୍ରୀଡ଼ା ଉତ୍ସବ । ସମଗ୍ର ଗ୍ରୀକ୍‍ ସାମ୍ରାଜ୍ୟ ଓ ଏହା ବାହାରେ ମଧ୍ୟ ଅଲମ୍ପିଆର ଖ୍ୟାତିର କାରଣ ଥିଲି ମୁଁ । ଏହି ମହାନ କ୍ରୀଡ଼ା ଉତ୍ସବକୁ କୁହାଯାଉଥିଲା ଅଲମ୍ପିକ୍ସ । ମୋ ପ୍ରତି ସମସ୍ତଙ୍କର ଥିଲା ଅଶେଷ ସମ୍ମାନ । ତେଣୁ ଅଲମ୍ପିକ ଖେଳ ସମୟରେ ଯୁଦ୍ଧ ବି ରୋକାଯାଉଥିଲା । କେବଳ ମୋରି ବିଶ୍ୱାସରେ ଯୋଦ୍ଧାମାନେ ଅସ୍ତ୍ରତ୍ୟାଗ


୪୨ ସପ୍ତାଶ୍ଚର୍ଯ୍ୟ